fbpx

ଆନ୍ଧ୍ରପ୍ରଦେଶରେ ବନ୍ୟା ବିତ୍ପାତ: ଭାଙ୍ଗିଲା ୪ଟି ଘର, ୧୨ଜଣଙ୍କ ଗଲା ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କିଛି ଦିନ ହେବ ମୁଷଳଧାର ବର୍ଷା ଜାରି ରହିଛି । ଯାହାଫଳରେ କିଛି ଅଞ୍ଚଳର ସ୍ଥିତି ସମ୍ପୂଣ୍ଟର୍ଣ ଭାବରେ ବିଗିଡ଼ି ଯାଇଛି । ଚାରିଟି ଘର ଭୁସୁଡ଼ିବା ସହିତ ଅନେକଙ୍କ ଘରେ ଜଳମଗ୍ନ ଅବସ୍ଥାରେ ରହିଛି । ଏହା ଭିତରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି । ଖାଲି ସେତିକି ନୁହେଁ ଅନେକ ଲୋକ ନିଖୋଜ ମଧ୍ୟ ହୋଇଯାଇଛନ୍ତି । ତେବେ ଏହି ୧୨ ଜଣ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପିଲା ,ରହିଥିବା ସୂଚନା ମିଳିଛି । ପୋଲିସ୍ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ।

ତେବେ ଆନ୍ଧ୍ରପ୍ରଦେଶର ବନ୍ୟା ପରିସ୍ଥିତିର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ଏକ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ପାଣିରେ ଧସୁଥିବା ଦେଖିବାକୁ ମିଳିଛି । ଏହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଖାଲି ସେତିକି ନୁହେଁ ବନ୍ୟା ଯୋଗୁଁ ଗୃହପାଳିତ ପଶୁ ମାନେ ମଧ୍ୟ ଭାସିଯାଇଛନ୍ତି ।

Get real time updates directly on you device, subscribe now.