fbpx

ସିଂହକୁ ଖାଦ୍ୟ ଭାବେ ଦିଆଗଲା ଗାଈ, ଭିଡିଓ ଭାଇରାଲ୍ ପରେ ୧୨ଜଣଙ୍କ ବିରୋଧରେ ଆସିଲା ଅଭିଯୋଗ

ଜୁନାଗଡ଼: ଗୁଜୁରାଟର ଜୁନାଗଡ଼ର ଗିର ଜଙ୍ଗଲର ଏକ ଗାଁରେ ଅବୈଧ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ସିଂହ ଆଗରେ ତାର ଖାଦ୍ୟ ରୂପରେ ଗୋଟିଏ ଗାଈକୁ ଦିଆଯାଇଛି । ଏହାର ଭିଡିଓ ଭାଇରାଲ୍ ପରେ ହଙ୍ଗାମା ଦେଖିବାକୁ ମିଳିଛି । ଏହି ମାମଲାରେ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ଘଟଣାର ଅନୁସନ୍ଧାନ ଅନୁଯାୟୀ, ଏହି ବେଆଇନ କାର୍ୟ୍ୟକ୍ରମ ନଭେମ୍ବର ୮ ରେ ଗିର୍ ନ୍ୟାସନାଲ ପାର୍କ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟର ଦେଭାଲିଆ ପରିସରର ଏକ ଗ୍ରାମରେ ଆୟୋଜିତ ହୋଇଥିଲା। ଏହି ମାମଲାରେ ଉପବନ ସଂରକ୍ଷକ ଏସ.କେ.ବେରୱାଲ୍ କହିଛନ୍ତି ଯେ, ଏହି ମାମଲାରେ ୧୨ଜଣଙ୍କ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି । ୩ ଜଣଙ୍କୁ ପଚରାଉଚରା କରାଯାଉଛି ।

ମାମଲାର ଯାଞ୍ଚ ଏକ ଭିଡିଓ ଆଧାରରେ ହେଉଛି । ଭିଡିଓରେ ଏକ ଏସିୟ ସିଂହ ପୋଲରେ ବନ୍ଧାଯାଇଥିବା ଗାଈକୁ ମାରି ଖାଉଥିବା ଦେଖାଯାଉଛି । ଏହାର କିଛି ଦୂରରେ ଲୋକମାନେ ଠିଆ ହୋଇ ସବୁ ଦୃଶ୍ୟ ଦେଖୁଛନ୍ତି । ସେଥିମଧ୍ୟରୁ କିଛି ଲୋକ ମୋବାଇଲ୍ ଫୋନ୍ ରେ ରେକର୍ଡିଂ କରୁଥିବା ମଧ୍ୟ ଦେଖାଯାଇଛି ।

Get real time updates directly on you device, subscribe now.