fbpx

ଆଉ ଦୌଡ଼ି ପାରିବେନି ଏହି ପାକିସ୍ତାନୀ ବୋଲର, ଜାଣନ୍ତୁ କ’ଣ ରହିଛି କାରଣ

ନିଜର ଦ୍ରୁତ ବୋଲିଂ କ୍ରିକେଟ ଇତିହାସରେ ପ୍ରସିଦ୍ଧ ଶୋଏବ ଅଖତର । ଦ୍ରୁତ ବୋଲିଂ ପାଇଁ ରାୱଲପିଣ୍ଡି ଏକ୍ସ୍ରପ୍ରେସ ନାମରେ ମଧ୍ୟ ପରିଚିତ । ତାଙ୍କ ହାତରୁ ବଲ ଏତେ ଦ୍ରୁତ ଗତିରେ ବାହାରିଥାଏ ଯେ ଏହାକୁ ସାମ୍ନା କରିବାକୁ ଡରିଥାନ୍ତି ବ୍ୟାଟ୍ସମ୍ୟାନ । କିନ୍ତୁ ଏବେ ତାଙ୍କୁ ନେଇ ଏକ ବଡ଼ ଖବର ଆସିଛି । ଶୋଏବ ନିଜେ ଏହାକୁ ସୁନିଶ୍ଚିତ କରିଛନ୍ତି ।

ଯଦିଓ ଶୋଏବ ଅଖତର ଏବେ ପାକିସ୍ତାନର ଦ୍ରୁତ ବୋଲର ହୋଇ ନାହାଁନ୍ତି । ହେଲେବି ବିଶ୍ୱ କ୍ରିକେଟରେ ଏମିତି କେହି ନାହାଁନ୍ତି ଆଜିବି ତାଙ୍କୁ ଟକ୍କର ଦେଇପାରିବ । ଏମିତିରେ ଯେତେବେଳେ ଏଭଳି ଖବର ଶୁଣିବାକୁ ମିଳିବ ଯେ ଦ୍ରୁତ ବୋଲର ଏବେ ଆଉ ଦୌଡ଼ିପାରିବେ ନାହିଁ ତ ନିଶ୍ଚୟ ଭାବେ ଏହା ତାଙ୍କ ଫ୍ୟାନ ନିରାଶାଜନକ ।

ଶୋଏବ ଅଖତର ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ସେ କେବେ ଦୌଡ଼ିପାରିବେ ନାହିଁ । ଏହାର କାରଣ ମଧ୍ୟ ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ତାଙ୍କର ଆଣ୍ଠୁ ସର୍ଜରୀ ହେବାକୁ ଯାଉଛି ଫଳରେ ସେ ଆଉ କେବେ ଦୌଡ଼ିପାରିବେ ନାହିଁ ।

ଅଖତର ୨୦୧୧ରେ ସବୁ କ୍ରିକେଟ ଫର୍ମାଟରୁ ସନ୍ୟାସ ନେଇଥିଲେ । ସେ ପାକିସ୍ତାନ ପାଇଁ ୪୬ ଟେଷ୍ଟ, ୧୬୩ ଦିନିକିଆ ଏବଂ ୧୫ ଟି-୨୦ ଇଣ୍ଟରନାସନାଲ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ଅଖ୍ତର ୨୫.୬୯ର ଆର୍ଭେଜ ସହ ୧୭୮ ୱିକେଟ ହାସଲ କରିଛନ୍ତି । ଦିନିକିଆ ଇଣ୍ଟରନାସନାଲ ଅଖ୍ତର ୨୪.୯୭ ଆର୍ଭେଜ ସହ ୨୪୭ ୱିକେଟ ହାସଲ କରିଛନ୍ତି । ଟି-୨୦ ଇଣ୍ଟରନାସନାଲ କ୍ରିକେଟରେ ଅଖ୍ତର ୨୨.୭୩ର ଆର୍ଭେଜ ସହ ୧୯ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.