fbpx

ବିଜେପିରେ ଯୋଗ ଦେଲେ ବିଦ୍ରୋହୀ କଂଗ୍ରେସ ନେତ୍ରୀ ଅଦିତି; ବିଏସପି ନେତ୍ରୀ ବନ୍ଦନା ସିଂ ମଧ୍ୟ ସାମିଲ

ନୂଆଦିଲ୍ଳୀ: ବିଦ୍ରୋହୀ କଂଗ୍ରେସ ନେତ୍ରୀ ଅଦିତି ସିଂ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି । ଅଦିତିଙ୍କ ସହିତ ବିଏସପି ବିଧାୟିକା ବନ୍ଦନା ସିଂ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଅଦିତି ସିଂ(୩୪) ଏବଂ ବନ୍ଦନା ସିଂ(୩୫) ବିଜେପିରେ ଯୋଗ ଦେଇଥିବାରୁ ଏହା ଯୁବ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅଖିଳେଶ ସିଂଙ୍କ ଝିଅ ଅଦିତି ସିଂ ୨୦୧୭ରେ ରାଏବରେଲୀରୁ କଂଗ୍ରେସ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ତେବେ ବିଜେପି ସପକ୍ଷରେ ନିଜର ମତ ପ୍ରକାଶ କରିବା ସହିତ କଂଗ୍ରେସରୁ ବାହାରିଥିଲେ ଅଦିତି । ଏହାପରେ ନିୟମିତ ଭାବରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରିବା ସହିତ ବୁଧବାର ବିଜେପିରେ ଯୋଗ ଦେଇଥିଲେ ।

ଅନ୍ୟ ପକ୍ଷରେ ବହୁଜନ ସମାଜ ପାର୍ଟିର ବିଧାୟକ ରହିଥିବା ବନ୍ଦନା ସିଂ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଆଜମଗଡର ସିଗ୍ରିରୁ ବିଧାୟିକା ରହିଥିବା ବନ୍ଦନା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ଉଭୟ ନେତ୍ରୀ ବିଜେପିରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.