fbpx

ଡିଟୋନେଟର ବିସ୍ଫୋରଣରେ ୩ଛାତ୍ର ଗୁରୁତର

ଆସ୍କା, ୩ା୩(ଓଡ଼ିଶା ଭାସ୍କର): ଗଞ୍ଜାମ ସ୍ଥିତ ହିଞ୍ଜିଳି ଥାନା ସମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଡିଟୋନେଟର ଫାଟି ୩ଜଣ ସ୍କୁଲ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ୩ଜଣଙ୍କ ଆଙ୍ଗୁଠି ଛିଡ଼ିଯିବା ସହ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଖେଳୁଥିବା ଅବସ୍ଥାରେ ଡିଟୋନେଟର ବିସ୍ଫୋରଣ ହୋଇ ଏହିପରି ଅଘଟଣ ଘଟିଛି ।

Get real time updates directly on you device, subscribe now.