fbpx

INS Vela: ଭାରତର ଶତ୍ରୁ ସାବଧାନ! ଭାରତୀୟ ନୌସେନାରେ ସାମିଲ ହେଲା ‘ସାଇଲେଣ୍ଟ କିଲର୍’

ନୂଆଦିଲ୍ଲୀ: ଆଇଏନଏସ ଭେଲା ଭାରତୀୟ ନୌସେନାରେ ସାମିଲ ହେବା ପରେ ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ଗୁରୁବାର ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ନୌସେନାରେ ଏହାକୁ ସାମିଲ କରିଛନ୍ତି । ଭାରତୀୟ ନୌସେନାର କଲବରୀ ଶ୍ରେଣୀରେ ଏହି ବୁଡ଼ା ଜାହାଜ ପ୍ରୋଜେକ୍ଟ-୭୫ ଅନୁଯାୟୀ ସାମିଲ କରାଯାଇଛି ମୋଟ ୬ଟି ବୁଡ଼ା ଜାହାଜ ସେବାରେ ସାମିଲ କରାଯିବ ।

ଆଇଏନଏସ ଭେଲା ସେନାରେ ସାମିଲ କରାଯାଇଥିବା ଏହି ଣେଣୀର ଚତୁର୍ଥ ବୁଡ଼ାଜାହାଜ ଅଟେ ଏହାକୁ ଦୁଇ ବର୍ଷର ପରୀକ୍ଷଣ ପରେ ସେନାରେ ସାମିଲ କରାଯାଇଛି । ଏହା ପୂର୍ବରୁ ନୌସେନା ୨୧ ନଭେମ୍ବରରେ ଯୁଦ୍ଧଜାହାଜ ଆଇଏନଏସ ବିଶାଖାପଟ୍ଟନମକୁ ସେବାରେ ସାମିଲ କରିଥିଲା । ବୁଡ଼ା ଜାହାଜ ଆଇଏନଏସ ଭେଲା ନୌସେନାରେ ସାମିଲ ହେବା ଯୋଗୁଁ ସେନାର କ୍ଷମତା ବଢ଼ିବ । ଭେଲାକୁ ଭରତୀୟ ନୌସେନା ପଶ୍ଚିମ କମାଣ୍ଡରେ ଅବସ୍ଥାନ କରାଯିବ ଏବଂ ଏହା ମୁମ୍ବାଇରେ ରହିବ । ୨୨୧ ଫୁଟ ଲମ୍ବ, ୪୦ ଫୁଟ ଉଚ୍ଚ ଏବଂ ୧୫୬୫ ଟନ ଓଜନ ରହିଛି । ଏହା ଏକ ଡିଜେଲ-ଇଲେକ୍ଟ୍ରିକ ଚାଳିତ ଯୁଦ୍ଧ ଜାହାଜ ଅଟେ । ଏହାର ବିଶେଷତ୍ୱ ରାଡାରରେ ଏହାକୁ ଦେଖି ହେବନାହିଁ । ଏହା ଶତ୍ରୁଙ୍କ ନଜରରୁ ବଞ୍ଚିପାରିବ ଏବଂ ଶତ୍ରୁଙ୍କ ନାଶ କରିପାରିବ ।

ଏହା ସହ ଏହି ବୁଡ଼ା ଜାହାଜରେ ସି୩୦୩ ଆଣ୍ଟି ଟରପିଡୋ କାଉଣ୍ଟରମେଜର ସିଷ୍ଟମ ରହିଛି । ଏହା ମାଇନ ବିଛାଇବା ଏବଂ ସର୍ଭେଲାନ୍ସ ଭଳି କାମ କରିପାରିବ । ଏହା ୩୫୦ ମିଟର ଗଭୀରତାକୁ ଯାଇ ଶତ୍ରୁର ଠିକଣା ଖୋଜିପାରିବ । ଆଇଏନଏସ ଭେଲାରେ ଅତ୍ୟାଧୁନିକ ଟେକ୍ନୋଲୋଜୀର ବ୍ୟବହାର କରାଯାଇଛି ଯାହା ଯୁଦ୍ଧ ସମୟରେ ଶତ୍ରୁକୁ ସହଜରେ ମାତ୍ ଦେଇପାରିବ ।

ବିଶେଷଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ଚୀନ ସାଗରେ ଉପରେ ନିଜର ଦବଦବା ବଢ଼ାଇବା ପରେ ଏବେ ଚୀନର ନଜର ହିନ୍ଦ୍ ମହାସାଗର ଉପରେ ରହିଛି । ତେଣୁ ଭାରତକୁ ବିଶେଷ ସତର୍କ ରହିବା ଆବଶ୍ୟକ ରହିବା ଦରକାର । କାରଣ ଚୀନ ଦକ୍ଷିଣ ଚୀନ ସାଗର ବାହାରେ ନିଜର ସମୁଦ୍ର ଭିତରେ ଲଢ଼ିବା କ୍ଷମତାକୁ ବଢ଼ାଇବାରେ ଲାଗିଛି । ତେବେ ଏହି ଦୃଷ୍ଟିରେ ରଖି ଆଇଏନଏସ ବେଲାକୁ ସାମିଲ କରାଯାଇଛି । ଅବସରରେ ଆଡମିରଲ ଜେନେରାଲ କରମବୀର ସିଂହ କହିଛନ୍ତି ପାକିସ୍ତାନ ଏବଂ ଚୀନ ଉପରେ ଆମର ତୀକ୍ଷ୍ନ ନଜର ରହିଛି ।

ଭେଲାର ନାମ ସେବା ମୁକ୍ତ ବୁଡ଼ା ଜାହାଜର ନାମରେ ରଖାଯାଇଛି । ଯାହା ୧୯୭୩ରୁ ୨୦୧୦ ପର୍ଯ୍ୟନ୍ତ ନୌସେନା ପାଇଁ କାର୍ଯ୍ୟ କରିଥିଲା । ଏହା ପ୍ରାୟ ୩୭ ବର୍ଷ ଧରି ନୌସେନା ପାଇଁ ମହତ୍ୱପୂର୍ଣ୍ଣ ସେବା ଦେଇଥିଲା । ଏହି ବୁଡ଼ା ଜାହାଜ ମୁମ୍ବାଇ ସ୍ଥିତ ମଝଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଫ୍ରାନ୍ସର ନେବଲ ଗ୍ରୁପ ସହାୟତାରେ ତିଆରି କରାଯାଇଛି । କମ୍ପାନୀ ସ୍କରପ୍ରିଅନ ଶ୍ରେଣୀର ୬ ଟି ବୁଡ଼ା ଜାହାଜ ନିର୍ମାଣ ଏବଂ ଟେକନିକ ଟ୍ରାନ୍ସଫରକୁ ନେଇ ଫ୍ରାନ୍ସର କମ୍ପାନୀ ସଦହ ଚୁକ୍ତି କରିଛି । ଭେଲା ପୂର୍ବରୁ ଆଡମିରଲ କଳବରୀ, ଖଣ୍ଡେରୀ ଏବଂ କରଞ୍ଜ ବୁଡ଼ା ଜାହାଜକୁ ଲଞ୍ଚ କରାଯାଇଛି । ପଞ୍ଚମ ବୁଡ଼ା ଜାହାଜର ପରୀକ୍ଷଣ ଚାଲିଛି । ଷଷ୍ଠ ର ନିର୍ମାଣାଧୀନ ରହିଛି । କୁହାଯାଉଛି ଏହି ବୁଡ଼ା ଜାହାଜରେ ଆଠ ଅଧିକାରୀଙ୍କ ସହ ୩୫ ଜଣ ବସିପାରିବେ ।

Get real time updates directly on you device, subscribe now.