fbpx

ମାତ୍ର ଦୁଇଜଣଙ୍କ ସହିତ ଫୋନରେ କଥା ହୁଅନ୍ତି ରାଣୀ ଏଲିଜାବେଥ୍, ଜାଣନ୍ତୁ ସେମାନେ କିଏ?

ଲଣ୍ଡନ: ବ୍ରିଟେନ୍ ରାଣୀ ଏଲିଜାବେଥ୍ ନିଜ ଫୋନ୍ ରେ କେବଳ ମାତ୍ର ଦୁଇଜଣଙ୍କ ସହିତ କଥା ହୋଇଥାନ୍ତି । ତେବେ ଏହି ଦୁଇଜଣଙ୍କ ମଧ୍ୟରେ ତାଙ୍କର ପୁଅ ନାହାନ୍ତି । ତେବେ ଏହି କଥା ସାମନାକୁ ଆଣିଛନ୍ତି ଜଣେ ବ୍ରିଟିଶ୍ ସାମ୍ବାଦିକ । ସେ ହେଉଛନ୍ତି ଜୋନାଥନ୍ ସାସରଡୋତି । ଜୋନଥନ୍ ଶାହୀ ପରିବାର ସହ ଜଡ଼ିତ ଖବର ସଂଗ୍ରହ କରିବା ବେଳେ ଏହି କଥା ଜାଣିବାକୁ ପାଇଛନ୍ତି ।

ସେ କହିଛନ୍ତି ଯେ, ରାଣୀ ଏକ ସାମସଙ୍ଗ ଫୋନ୍ ବ୍ୟବହାର କରନ୍ତି ଓ ସେଥିରେ ସେ କେବଳ ଦୁଇଜଣଙ୍କ ସହିତ ହିଁ କଥା ହୋଇଥାନ୍ତି । ତେବେ ରାଣୀଙ୍କ ଫୋନ୍ ରେ ଆଣ୍ଟି-ହ୍ୟାକର୍ ଏନକ୍ରିପସନ୍ ରହିଛି । ଅର୍ଥାତ୍ ରାଣୀଙ୍କ ଫୋନ୍ କୁ କେହି ହ୍ୟାକ୍ କରିପାରିବେ ନାହିଁ । ସେ କଥା ହେଉଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ତାଙ୍କ ଝିଅ ପ୍ରିନ୍ସସେସ୍ ଆନେ ଓ ରେସିଂ ମ୍ୟାନେଜର୍ ଜନ୍ ୱାରେନ୍ । ଜନ୍ ହେଉଛନ୍ତି ରାଣୀଙ୍କ ବନ୍ଧୁଙ୍କ ଜ୍ୱାଇଁ । ତେବେ ଜନ୍ ୱାରେନ୍ ହେଉଛନ୍ତି ଜଣେ ବ୍ଲଡ୍ ଷ୍ଟକ୍ ଓ ରେସିଂ ଆଡଭାଇଜର୍ ରେ ଜଣେ ପ୍ରତିଷ୍ଠିତ ପଦରେ ରହିଛନ୍ତି ।

Get real time updates directly on you device, subscribe now.