fbpx

ଭାରତରେ ରହିଛି ବିଶ୍ୱର ୪୬ଟି ପ୍ରଦୂଷିତ ସହର: ଦକ୍ଷିଣ ଏସିଆରେ ରହିଛି ୯୪ ସହର

ନୂଆଦିଲ୍ଳୀ: ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ ବିଗତ ସପ୍ତାହରେ ଦିଲ୍ଲୀରେ ସୃଷ୍ଟି ହୋଇଥିଲା କୁହୁଡିର ଏକ ଘନ ଆସ୍ତରଣ । ଦିଲ୍ଲୀର ୨ କୋଟି ଲୋକଙ୍କୁ ଏହା ସମସ୍ୟାରେ ପକାଇଥିବା ବେଳେ ସ୍କୁଲ ଗୁଡିକ ବନ୍ଦ ରଖାଯାଇଥିଲା । ପିଏମ୍ ୨.୫ ପାର୍ଟିକିଲ ଯାହା ଆମର ଫୁସଫୁସକୁ କ୍ଷତିଗ୍ରସ୍ତ କରିଥାଏ ଦିଲ୍ଳୀରେ ଏହାର ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ତର ଠାରୁ ୩୪ ଗୁଣ ଅଧିକ ରହିଛି । କୃଷକ ମାନଙ୍କ ଫସଲ ଜଳାଇବାକୁ ନେଇ ପ୍ରଦୂଷଣ ସ୍ତର ଆହୁରି ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଏସିଆର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତ, ଚୀନ୍, ପାକିସ୍ତାନର ସହର ଗୁଡିକ ରହିଛି । ଚୀନର ୪୨ଟି ସହର ରହିଥିବା ବେଳେ ଭାରତର ସର୍ବାଧିକ ୪୬ଟି ସହର ଏହି ତାଲିକାରେ ରହିଛି । ପାକିସ୍ତାନର ୬ଟି ସହର ରହିଥିବା ବେଳେ ବାଂଲାଦେଶର ୪ଟି ସହର ବ୍ୟତିତ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ଗୋଟିଏ ଲେଖାଏଁ ସହର ସାମିଲ ରହିଛି ।

ସେହିପରି ବିଶ୍ୱର ଶ୍ରେଷ୍ଠ ୧୦ପ୍ରଦୂଷିତ ସହର ମଧ୍ୟରେ ଭାରତର ୯ଟି ସହର ସ୍ଥାନ ପାଇଛି । ପଶ୍ଚିମ ଚୀନର ହୋଟାନ ଏହି ତାଲିକାର ଶୀର୍ଷରେ ରହିଛି । ୨୦୨୦ରେ ହୋଟାନ ସହରରେ ୨୦୨୦ରେ ବାୟୁର କ୍ୱାଲିଟି ୧୧୦.୨ ରହିଛି । ପିଏମ୍ ୨.୫ ପାର୍ଟିକିଲ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ବାୟୁରେ ପିଏମ୍ ୨.୫ ପାର୍ଟିକିଲ, ପିଏମ୍ ୧୦ ପାର୍ଟିକିଲ, ଓଜୋନ୍, ନାଇଟ୍ରୋଜେନ ଡାଇ ଅକ୍ସାଇଡ, ସଲଫର ଡାଇ ଅକ୍ସାଇଡ୍ ଏବଂ କାର୍ବନ ମନୋକ୍ସାଇଡର ଉପସ୍ଥିତିକୁ ନେଇ ବାୟୁ କେତେ ପ୍ରଦୂଷିତ ତାହା ନିର୍ଦ୍ଧର୍ାରଣ କରାଯାଇଥାଏ । ପିଏମ୍ ୨.୫ ପାର୍ଟିକିଲର ସ୍ତର ୧୨ ଥିଲେ ଏହାକୁ ସୁସ୍ଥ ବୋଲି ବିବେଚନା କରାଯାଇଥାଏ । ୫୫ରୁ ୧୫୦ ମଧ୍ୟରେ ଅସ୍ୱାସ୍ଥ୍ୟକର ଏବଂ ୨୫୦ରୁ ଅଧିକ ରହିଥିଲେ ଏହାକୁ କ୍ଷତିକାରକ ଭାବରେ ବିବେଚନା କରାଯାଇଥାଏ ।

୨୦୧୯ରେ ଲାନ୍ସେଟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୬.୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ତେବେ ଭାରତର ୨୦ ପ୍ରଦୂଷିତ ସହର ମଧ୍ୟରୁ ୧୫ଟି ସହର ଉତ୍ତର ଭାରତରେ ରହିଛି । ଏହାର ମୁକାବିଲା କରିବା ପାଇଁ ଭାରତ ଏବଂ ଚୀନର କିଛି ସହରରେ ସ୍ମଗ ଟାୱର ପ୍ରତିଷ୍ଠା କରାଯାଇଛି । ହୁ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବାର୍ଷିକ ୭୦ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ପାଇଁ ପ୍ରାଣ ହରାଇଥାନ୍ତି । ବିଶ୍ୱର ୯୦ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣ ହେଉଥିବା ସ୍ଥାନରେ ରହୁଥିବା ନେଇ ମଧ୍ୟ ସୂଚନା ମିଳିଛି । ସେହିପରି ବାୟୁ ପ୍ରଦୂଷଣ କାରଣରୁ ଆସ୍ଥମା, ଡାଏବେଟିସ ଏବଂ ହୃଦରୋଗ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.