fbpx

Divorce ପରେ ଶୁଟିଂ ଆରମ୍ଭ କଲେ ସାମନ୍ଥା: ଏହି ଅଭିନେତାଙ୍କ ସହ କରିବେ ଆଇଟମ ଡାନ୍ସ

ମୁମ୍ବାଇ: ଡିଭୋର୍ସ ପରେ ପ୍ରଥମ ଥର ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ । ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସିଲଭର ସ୍କ୍ରିନରୁ ମଧ୍ୟ ଦୂରେଇ ରହିଥିଲେ ସାମ । ମିଳିଥିବା ସୂଚନା ଅନୁଯାୟୀ ସାମନ୍ଥା ବର୍ତ୍ତମାନ ଏକ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି । ତେବେ ଲିଡ ରୋଲ ପାଇଁ ନୁହେଁ ବରଂ ଆଇଟମ ଡାନ୍ସ ପାଇଁ ସାମନ୍ଥା ଶୁଟିଂ କରିବାକୁ ଯାଉଛନ୍ତି । ୪ ବର୍ଷର ବିବାହରୁ ଅଲଗା ହେବା ପରେ ସାମନ୍ଥା କିଛି ସମୟ ଏକାକୀ ବିତାଇଥିଲେ ।

ବର୍ତ୍ତମାନ ସିଲଭର ସ୍କ୍ରିନକୁ ଫେରୁଥିବା ବେଳେ ଏକାଥରକେ ୫ଟି ଇଣ୍ଡଷ୍ଟ୍ରୀର ଫ୍ୟାନଙ୍କ ମନୋରଞ୍ଜନ କରିବେ ସାମନ୍ଥା । ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା ଏକକାଳୀନ ୫ଟି ଭାଷାରେ ରିଲିଜ ହେବାକୁ ଯାଉଛି । ରଶ୍ମିକା ମନ୍ଦାନା ଏହି ଫିଲ୍ମର ଲିଡ ରୋଲରେ ରହିଥିବା ବେଳେ ସାମନ୍ଥା କେବଳ ଗୋଟିଏ ଗୀତରେ ନଜର ଆସିବେ । ସାମନ୍ଥା ମାତ୍ର ୫ ଦିନ ପାଇଁ ଏହି ସ୍ପେସିଆଲ ଗୀତଟିର ଶୁଟିଂ କରିବେ । ଏହି ଫିଲ୍ମରେ ଫହାଦ ଫଜିଲ ନକରାତ୍ମକ ଚରିତ୍ରରେ ରହିଥିବା ବେଳେ ଫିଲ୍ମଟି ଆସନ୍ତା ଡିସେମ୍ବର ୧୭ ତାରିଖରେ ରିଲିଜ ହେବ । ୪ଟି ଦକ୍ଷିଣ ଭାରତୀୟ ଭାଷା ସହିତ ଫିଲ୍ମଟି ହିନ୍ଦୀରେ ମଧ୍ୟ ରିଲିଜ୍ ହେବ । ଅଲ୍ଲୁ ଅର୍ଜୁନଙ୍କର ଏହା ପ୍ରଥମ ହିନ୍ଦି ଫିଲ୍ମ ହୋଇଥିବା ବେଳେ ସାମନ୍ଥା ପୂର୍ବରୁ ଦ ଫ୍ୟାମିଲି ମ୍ୟାନ-୨ ଜରିଆରେ ହିନ୍ଦି ଦର୍ଶକଙ୍କ ନିକଟରେ ଆଦୃତ ହୋଇ ସାରିଛନ୍ତି ।

Get real time updates directly on you device, subscribe now.