fbpx

୧୬୫ ଆତଙ୍କୀଙ୍କୁ ସଫା କରିଛି ସେନା; ୩୨ ଯବାନ ଶହୀଦ, ହ୍ରାସ ପାଉଛି ଅନୁପ୍ରବେଶ

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୬୫ ଜଣ ଆତଙ୍କବାଦଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ । ଚଳିତ ବର୍ଶର ଅକ୍ଟୋବର ମାସ ସୁଦ୍ଧା ଏହି ରିପୋର୍ଟ ସାମ୍ନାକୁ ଆସିଛି । ଅକ୍ଟୋବର ମାସରେ ୩୭ ଥର ଆତଙ୍କୀ ଆକ୍ରମଣ ହୋଇଥିବା ବେଳେ ଏହା ପୂର୍ବରୁ ଅଗଷ୍ଟରେ ୩୬ ଥର ଆତଙ୍କୀ ଆକ୍ରମଣ ହୋଇଛି । ୨୦୧୮ରେ ୪୧୭ଟି ଆତଙ୍କୀ ଆକ୍ରମଣ ହୋଇଥିବା ବେଳେ ୨୦୧୯ରେ ଏହା ୨୫୫ ଏବଂ ୨୦୨୦ରେ ୨୪୪ ରହିଥିଲା । ଅକ୍ଟୋବର ସୁଦ୍ଧା ଏହି ଆକ୍ରମଣ ସଂଖ୍ୟା ୨୦୦ ଛୁଇଁସାରିଛି । ଚଳିତ ବର୍ଷର ଅକ୍ଟୋବର ସୁଦ୍ଧା ଭାରତୀୟ ଯବାନ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ୩୨ ଜଣ ଯବାନ ଶହୀଦ ହୋଇଛନ୍ତି । ସେହିପରି ଜମ୍ମୁ କାଶ୍ମୀର ପୋଲିସର ୧୯ ଜଣ ଯବାନ ମଧ୍ୟ ଶହୀଦ ହୋଇଛନ୍ତି ।

ସେହିପରି ଧୀରେଧୀରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ୨୦୧୮ରେ ୧୪୩ଟି ଅନୁପ୍ରବେଶ ହୋଇଥିବା ବେଳେ ୨୦୧୯ରେ ଏହା ୧୪୧କୁ ହ୍ରାସ ପାଇଥିଲା । ୨୦୨୦ରେ ୫୧ଥର ଅନୁପ୍ରବେଶ ହୋଇଥିବା ବେଳେ ୨୦୨୧ ଅକ୍ଟୋବର ସୁଦ୍ଧା ଏହା ୫୧ରେ ପହଞ୍ଚିଛି ।

Get real time updates directly on you device, subscribe now.