fbpx
BSKY
BJD YOUTH SKY
BJD MS SKY

‘ବଡ଼ ମାନେ କରିବେ ୱର୍କ ଫମ୍ ହୋମ୍, ପିଲାମାନେ ଯିବେ ସ୍କୁଲ’- ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟର କଡା ତାଗିଦ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀର୍ଘଦିନ ଧରି ହେଉଥିବା ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ପୁଣିଥରେ ସର୍ବୋଚ୍ଚ ନ୍ୟାୟାଳୟରେ ଝଡ଼ ଦେଖିବାକୁ ମିଳିଛି । ଗୁରୁବାର ଦିନ ସୁପ୍ରିମକୋର୍ଟ ଦିଲ୍ତଲୀ ସରକାରଙ୍କୁ ପ୍ରଶ୍ନ କରିଛି ଯେ, ରାଜଧାନୀରେ ପଦୂଷଣ ଏତେ ମାତ୍ରାରେ ବଢ଼ିଯାଇଛି, ତାହେଲେ ସ୍କୁଲ ଖୋଲିଲେ କାହିଁକି? ଏହାପରେ କୋର୍ଟ କହିଛନ୍ତି ଯେ, ଦିଲ୍ଲୀ ସରକାର ଯଦି ବୟସ୍କଙ୍କ ପାଈଁ ୱର୍କ ଫ୍ରମ୍ ହୋମ୍ ଲାଗୁ କରିବାପାରୁଛନ୍ତି ତାହେଲେ ପିଲାମାନଙ୍କୁ ଜବରଦସ୍ତି ସ୍କୁଲ କାହିଁକି ପଠାଯାଉଛି ।

ଖାଲି ସେତିକି ନୁହେଁ କୋର୍ଟ କହିଛନ୍ତି ଯେ, ଏପରି ଲାଗୁଛି ଯେପରି ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ନେଇ କିଛି ବି ପଦକ୍ଷେପ ନିଆଯାଉନାହିଁ, ଯାହାଫଳରେ ପ୍ରଦୂଷଣର ସ୍ତର ଦିନକୁ ଦିନ ଖରାପ ହେବାରେ ଲାଗିଛି । ତେଣୁ ଯଦି ଆପଣ କିଛି କରିବେ ନାହିଁ ତାହେଲେ ଆମକୁ ହିଁ ସବୁକିଛି ବନ୍ଦ କରିବାକୁ ହେବ ।

Get real time updates directly on you device, subscribe now.