ଆଜିଠୁ ଦ୍ୱିତୀୟ ଟେଷ୍ଟ: ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ, ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ବିରାଟ

ମୁମ୍ବାଇ: ଆଜି ଦ୍ୱିତୀୟ ଟେଷ୍ଟ ସିରିଜ। ୱାଙ୍ଖଡେ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲ ହେବ । ଗତ ଟେଷ୍ଟ ଚାମ୍ପିଅନ୍‌ସିପ୍‌ଚକ୍ରର ସମସ୍ତ ପରାଜୟର ନେବା ଲକ୍ଷ୍ୟ ଭାରତ ଯୋଜନା ପ୍ରସ୍ତୁତ କରିଛି। ତେବେ ୩ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚରେ ସଫଳ ହୋଇ ସିରିଜ ବିଜୟ ଲକ୍ଷ୍ୟ ରଖିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଅତି ଦୂର୍ବଳ ପ୍ରଦର୍ଶନ କରିଥିବା ଓପନର ମୟଙ୍କଅଗ୍ରୱାଲଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ସ୍ଥାନୀତ କରାଯାଇନାହିଁ । କାରଣ ପ୍ରଥମ ଟେଷ୍ଟ ଖେଳି ନ ଥିବା ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ଖେଳିବା ଫଳରେ ଅଗ୍ରୱାଲଙ୍କୁ ବାଦ ଦେଇଛନ୍ତି ଚୟନକର୍ତ୍ତା ।

ସେହିପରି ୱିକେଟ କିର ରିଦ୍ଦମାନ ଶାହା ଆହତ ସମସ୍ୟା ଭିତରେ ଥିବାରୁ ତାଙ୍କ ସ୍ଥାନରେ ଅନ୍ୟତମ ଯୁବ ୱିକେଟ କିର ଭରତ ଶ୍ରୀକର ଖେଳିବା ସୁଯୋଗ ପାଇଛନ୍ତି । ଅନ୍ୟ ପକ୍ଷରେ ପୁରୁଖା ପେସ୍‌ ବୋଲର ଇଶାନ୍ତ ଶର୍ମା ପ୍ରଥମ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇ ଥିବାରୁ ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଖେଳିବା ପ୍ରାୟତଃ ନିଶ୍ଚିତ । ସେହିପରି ନ୍ୟୁଜିଲାଣ୍ଡ ଦଳରେ ବିଶେଷ କିଛି ପରିବର୍ତ୍ତନ କରା ଯାଇନାହିଁ ।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ  ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଦଳ ଭାରତ ବିଜୟ ନିକଟବର୍ତ୍ତୀ ହୋଇ ଥିବା ବେଳେ ସମୟ ଅଭାବରୁ କେବଳ ଗୋଟିଏ ୱିକେଟ ଅକ୍ତିଆର କରିବାରେ ବିଫଳ ହୋଇ ଅଳ୍ପକେ ବିଜୟରୁ ବଞ୍ଚିତ ହେଲା ।