ସୀମା ଟପିଲା ରୋମାନ୍ସ; ସି ବିଚ୍ ରେ ଅନ୍ତରଙ୍ଗ ହେଲେ ଦମ୍ପତ୍ତି, ପରେ ହେଲା ଏମିତି…

ପ୍ରେମରେ ପାଗଳ ହୋଇ କିଛି ଯୁବପିଢୀ ସବୁବେଳେ ନିଜର ହିତାହିତ ଜ୍ଞାନ ଭୁଲି ବସନ୍ତି। ପରେ  କିନ୍ତୁ ତାଙ୍କୁ ସେହି ଘଟଣା ପାଇଁ ଭୁଲ ମଧ୍ୟ ମାଗିବାକୁ ପଡ଼ିଥାଏ । ମାତ୍ର ଏଠି ଏକ ଦମ୍ପତ୍ତିଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ  ଚକିତ କରି ଦେଇଛି । ଦମ୍ପତ୍ତି ପ୍ରେମରେ ଅନ୍ଧ ହୋଇ ନିଜର ସୀମା ଭୁଲି ଯାଇ ଏଭଳି କିଛି ଭୁଲ କରିବସିଲେ ଯାହା ପାଇଁ ତାଙ୍କୁ ଥାନାର ଦ୍ୱାରସ୍ତ ହେବାକୁ ପଡିଛି । ଦୁହିଁଙ୍କର ହରକତ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନିଜର ହିତାହତ ଜ୍ଞାନ ଭୁଲି ଏକ ସର୍ବସାଧାରଣ ସ୍ଥାନରେ ଆରମ୍ଭ କରିଲେ ପ୍ରେମ । ସମୂଦ୍ର କୂଳରେ ହଠାତ୍ ଦମ୍ପତ୍ତି ଜଣଙ୍କ ଅନ୍ତରଙ୍ଗ ହୋଇପଡ଼ିଥିଲେ। ଯାହାକୁ ଦେଖି ସେଠାରେ ଥିବା ପର୍ଯ୍ୟଟକମାନେ ଲାଜରେ ମୁହଁରେ ହାତ ଦେଇ ସ୍ଥାନ ଛାଡି ପଳାଇଥିଲେ।

ଏପରି ଏକ ଘଟଣା ବ୍ରାଜିଲର ରିଓ ଡି ଜେନେରିଓ ଅଞ୍ଚଳର ଅଟେ । ସେଠାରେ ଥିବା କାବୋ ଫ୍ରିଓ ବିଚରେ ବସିଥିବା ଦମ୍ପତ୍ତି ହଠାତ୍ ଅନ୍ତରଙ୍ଗ ହୋଇପଡ଼ିଥିଲେ। ସେହି ସମୟରେ ବିଚରେ ବହୁତ ଭିଡ଼ ଥିଲା। ମାତ୍ର ସେସବୁକୁ ମଧ୍ୟ ସେମାନେ ଖାତିର କରିନଥିଲେ। ମହିଳା ଏବଂ ତାଙ୍କର ସାଥି ଜଣଙ୍କୁ ଏଭଳି ପରିସ୍ଥିତିରେ ଦେଖି ସେଠାରେ ଥିବା ପର୍ଯ୍ୟଟକମାନେ ଲଜ୍ୟାରେ ମୁହଁ ତଳକୁ କରି ପକାଇଥିଲେ। ମାତ୍ର ଜଣେ ବ୍ୟକ୍ତି ଏହି ଘଟଣାକୁ ନିଜର କ୍ୟାମେରା ଲେନ୍ସରେ ବାନ୍ଧି ରଖି ତାହାକୁ ଭାଇରାଲ କରିଛନ୍ତି। ଏଭଳି କିଛି ଘଟଣାର ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ଯାଇଛି।

କାବେ ଫ୍ରିଓ ସିଟି ପୁଲିସ କହିବା ମୁତାବକ ଭାଇରାଲ ଫଟୋକୁ ଆଧାର କରି ମହିଳା ଏବଂ ପୁରୁଷଙ୍କୁ ଗିରଫ କରାଯାଇଛି। ଉଭୟେ ବିଚରେ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ତାଙ୍କୁ ଥାନାକୁ ଅଣାଯାଇଛି। ଅନ୍ୟପଟେ ସେହି ବିଚରେ ଏଭଳି କିଛି ଘଟଣାର ପୁନରାବୃତ୍ତି ନହେବା ପାଇଁ ପୋଲିସ ଅଧିକାରୀ ମୁତୟନ କରିବା ନେଇ ଦାବି ମଧ୍ୟ କରାଯାଉଛି। ଏହାସହ ଦମ୍ପତ୍ତି ଦ୍ବୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି।