fbpx

ଓଆର୍‌ଏସ୍‌ ଅଧିକାରୀ ତାରିଣୀ ରଞ୍ଜନ ରାୟ ନିଲମ୍ବିତ, ସରକାରୀ ନିର୍ଦ୍ଦେଶାନାମାକୁ କରିଥିଲେ ଅଣଦେଖା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆର୍‌ଏସ୍‌) ତାରିଣୀ ରଞ୍ଜନ ରାୟଙ୍କୁ ନିଲମ୍ବନ କରାଯାଇଛି । ସେ ଭୁବନେଶ୍ୱର ଦେବତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ଭୂମି ଅଧିକାରୀ ଥିଲେ । ତାଙ୍କୁ ପୂର୍ବରୁ ମାଲକାନଗିରିର ସହକାରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । କିନ୍ତୁ ସେ ସରକାରୀ ନିର୍ଦ୍ଦେଶାନାମାକୁ ଅଣଦେଖା କରି କାର୍ଯ୍ୟରେ ଯୋଗ ଦେଉ ନଥିଲେ । ସେ ରାଜଧାନୀରେ ଏକ ଆଇଆଇଏସ୍‌ କୋଚିଂ ସେଣ୍ଟର ଚଳାଉଥିବା ଅଭିଯୋଗ ଆସୁଥିଲା । ଏହା ବିରୁଦ୍ଧରେ ବିଭାଗ ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି । ନିଲମ୍ବନ ଅବଧି ସମୟରେ ସେ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ଅଫିସରେ ଉପସ୍ଥିତ ରହିବେ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Get real time updates directly on you device, subscribe now.