fbpx

ଦିଦିଙ୍କ ବଡ ଘୋଷଣା: ନିର୍ବାଚନ ଜିତିଲେ ମହିଳାଙ୍କୁ ମାସକୁ ୫ ହଜାର, ଉପକୃତ ହେବେ ୪ ଲକ୍ଷ ମହିଳା

ନୂଆଦିଲ୍ଳୀ:ପଶ୍ଚିମବଙ୍ଗ ପରେ ଗୋଆରେ ସରକାର ଗଢିବାକୁ ତତ୍ପରତା ଦେଖାଇଛନ୍ତି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ଜିତିଲେ ମହିଳା ମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଦିଦି । ସେ କହିଛନ୍ତି ଯଦି ଗୋଆରେ ଟିଏମ୍ସି ସରକାର ହୁଏ, ତେବେ ସମସ୍ତ ମହିଳାଙ୍କ ଖାତାକୁ ୫୦୦୦ ଟଙ୍କା ଦିଆଯିବ । ଏଥିରେ ୩ ଲକ୍ଷ ୫୦ ହଜାର ମହିଳା ଉପକୃତ ହେବେ । ମାସକୁ ୫ ହଜାର ଅର୍ଥାତ ବର୍ଷକୁ ୬୦ ହଜାର ଟଙ୍କା ଯୋଜନାଧିରିଙ୍କୁ ଦଆଯିବ । ଏହି ଯୋଜନର ନାମ “ଗୃହ ଲକ୍ଷ୍ମୀ ‘ ବୋଲି ଘୋଷଣା କରାଯାଇଛି । “ଗୃହ ଲକ୍ଷ୍ମୀ’ ଯୋଜନା ପରିବାରର ଜଣେ ହିଁ ମହିଳାଙ୍କୁ ଏହି ସୁବିଧା ମିଳିବ ।

ଏହି ଯୋଜନାର ଅଟକଳ ମୂଲ୍ୟ ୧୫୦୦-୨୦୦୦ କୋଟି ରହିଛି । ରାଜ୍ୟର ସମୁଦାୟ ଆୟର ୬ ପ୍ରତିଶତରୁ ୮ ପ୍ରତିଶତ ଏଥିରେ ବ୍ୟୟ ହେବ ବୋଲି ଘୋଷଣା କରିଛନ୍ତି ମମତା ବାନାର୍ଜୀ। ଏହା ପୂର୍ବରୁ ମଧ୍ୟ ପଶ୍ଚମ ବଙ୍ଗରେ “ଲକ୍ଷ୍ମୀ ଭଣ୍ଡାର’ ଭଳି ଏକ ଯୋଜନା ହୋଇଥିଲା । ଏଥିରେ ପ୍ରତେକ ମାସରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ୧ ହଜାର ଟଙ୍କା ଏବଂ ସାଧାରଣ ମହିଳା ମାନଙ୍କୁ ୫୦୦ ଟଙ୍କା ପ୍ରତି ମାସରେ ଦିଆଯାଉଛି ବୋଲି କହିଛନ୍ତି ମମତା ବାନାର୍ଜୀ ।

Get real time updates directly on you device, subscribe now.