fbpx

Retirement ପରେ ବି କମିନି ଧୋନୀଙ୍କ କ୍ରେଜ୍: ବର୍ଷକୁ ଆୟ କରୁଛନ୍ତି ଏତିକି କୋଟି

ନୂଆଦିଲ୍ଲୀ: ଭାରତର କ୍ରିକେଟ ଇତିହାସର ସବୁଠୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଧୋନୀ ବିଶ୍ୱର ଏକମାତ୍ର ଅଧିନାୟକ ଭାବରେ ସମସ୍ତ ଆଇସିସି ଟ୍ରଫି ହାତେଇଛନ୍ତି । ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲେ ଏହି ସଫଳ ଅଧିନାୟକ । କ୍ରିକେଟ ଫ୍ୟାନଙ୍କ ମଧ୍ୟରେ ମାହି ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ଜୀବନିକୁ ନେଇ ନିର୍ମିତ ହୋଇ ସାରିଛି ଏକ ବଲିଉଡ ଫିଲ୍ମ । ସୁଶାନ୍ତ ସିଂ ରାଜପୁତ ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଭାରତୀୟ ଦଳର ଅଧିନାୟକ ରହିଥିବା ଧୋନୀ ଆଇପିଏଲରେ ମଧ୍ୟ ଜଣେ ସଫଳ ଅଧିନାୟକ । ୩-୩ ଥର ଚେନ୍ନାଇ ସୁପରକିଙ୍ଗସକୁ ଟାଇଟଲ ବିଜୟୀ କରାଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଚଳିତ ସିଜିନ ପାଇଁ ମଧ୍ୟ ଧୋନୀଙ୍କୁ ରିଟେନ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ରିଟେନ ପ୍ରାଇସ ଭାବରେ ଧୋନୀ ୧୨ କୋଟି ଟଙ୍କା ପାଉଥିବା ଜଣାପଡିଛି । ଏହା ବାଦ ଧୋନୀ ବର୍ତ୍ତମାନ ଏକାଧିକ ବିଜ୍ଞାପନରେ ମଧ୍ୟ ନଜର ଆସୁଛନ୍ତି । ସେବନ ନାମରେ ଧୋନୀଙ୍କ ନିଜର ଏକ କମ୍ପାନୀ ମଧ୍ୟ ରହିଛି । ଏହି ସମସ୍ତ ଆୟକୁ ମିଶାଇ ଧୋନୀ ବାର୍ଷିକ ୫୦ କୋଟି ଟଙ୍କା ଆୟ କରୁଥିବା ନେଇ ସୂଚନା ପ୍ରକାଶ ପାଇଛି । ଧୋନୀଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ବର୍ତ୍ତମାନ ସୁଦ୍ଧା ୮୪୬ କୋଟି ବୋଲ ସିଏ ନଲେଜ ନାମକ ସାଇଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.