fbpx

ମହାନଦୀରେ କୁମ୍ଭୀର ଆତଙ୍କ, ଲୋକେ ଛାନିଆ; ଦେଖନ୍ତୁ Video

ନରସିଂହପୁର(ଓଡ଼ିଶା ଭାସ୍କର): ମହାନଦୀରେ ଆତଙ୍କ ସୃଷ୍ଟି କରିଛନ୍ତି କୁମ୍ଭୀର । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟିରେ ୨ଟି କୁମ୍ଭୀରଙ୍କୁ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଲୋକେ ଗାଧୋେଇବାକୁ ଗଲାବେଳେ ଅଚାନକ୍ କୁମ୍ଭୀରକୁ ଦେଖି ଭୟଭୀତ ହୋଇଥିଲେ ।

ମିଳିଥିବା ସୂଚନା ମୁତାବକ, ଘଡ଼ିଆଳ କୁମ୍ଭୀର ଧିରେ ଧିରେ ବିଲୁପ୍ତ ହେବାରେ ଲାଗିଛନ୍ତି । ସେମାନଙ୍କ ବଂଶ ବିସ୍ତାର ପାଇଁ ସାତକୋଶିଆ ଗଣ୍ଡରୁ ୪ଟି ଘଡ଼ିଆଳ କୁମ୍ଭୀରକୁ ଛାଡ଼ିଥିଲା ବନ ବିଭାଗ । କିନ୍ତୁ ଗତ କିଛି ଦିନ ହେବ ୨ଟି ଘଡ଼ିଆଳ କୁମ୍ଭୀର ମହାନଦୀକୁ ପଳାଇଆସିଛନ୍ତି । ଘଟଣାକୁ ନେଇ ଅନୁସନ୍ଧାନ କରିବା ସହିତ ସେମାନଙ୍କୁ କିପରି ସାଶକୋଶିଆ ଗଣ୍ଡକୁ ଫେରାଯାଇ ପାରିବ , ସେନେଇ ବନବିଭାଗ ଯୋଜନା ଚଳାଇଛି । ଏହି ସମୟ ମଧ୍ୟରେ ମହାନଦୀ ନଯିବା ପାଇଁ ଲୋକଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.