fbpx

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ହରିଜନ ସାହି ପଛ ପାଖରେ ଥିବା ପୋଖରୀରେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ କାମିନୀ ନାୟକ(୫୦) । ସେ ଗତ କାଲି ସନ୍ଧ୍ୟାରେ ଘୁଷୁରୀ ଖୋଜିବାକୁ ଯାଇ ଘରୁ ଯାଇ ବାଡ଼ି ପଟ ପୋଖରକୁ ଯାଇଥିଲେ ଏହି ସମୟରେ ତାଙ୍କର ଗୋଡ ଖସି ପାଣିରେ ବୁଡି ମୃତ୍ୟୁବରଣ କରିଥିବା ପରେ ଆଜି ତାଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର କରାଯାଇଛି । ଖବର ପାଇ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Get real time updates directly on you device, subscribe now.