୧୩ ବର୍ଷର ନାବାଳକ ଦେହରେ ପଶିଗଲା ମୁନିଆ ଲୁହା ଗ୍ରୀଲ୍

ନାବାଳକ ଦେହରେ ପଶିଗଲା ଲୁହା ଗ୍ରୀଲ୍। ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ। ନାବାଳକ ପୁଅ ଦେହରେ ପଶିଗଲା ମୁନିଆ ଲୁହା ଗ୍ରୀଲ। ପିଲାଟିର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ, ନାବାଳକକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଘଟଣାଟି ମଧ୍ୟାହ୍ନ ସମୟର। ଛାତ ଉପରକୁ ନିଜ ଡ୍ରେସ ଆଣିବାକୁ ଯାଇଥିବା ବେଳେ  ୧୩ ବର୍ଷର ନାବାଳକ ଜଣକ ଗ୍ରୀଲ ଉପରେ ଖସି ପଡିଥିବା ସୂଚନା ମିଳିଛି। ଏହି ଅଘଟଣଟି ଭୁବନେଶ୍ୱରର ଆଇଆରସି ଭିଲେଜରେ ଘଟିଛି।

ପିଲାଟିକୁ ଫାୟାର ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି। କାଳବୈଶାଖୀରେ ରାସ୍ତା ଉପରେ ଭାଙ୍ଗି ପଡିଥିବା ଗଛ କାଟିବାକୁ ଆସିଥିବା ବେଳେ, ଫାୟାର ଟିମକୁ ଏହି ସୂଚନା ମିଳିଥିଲା।

ସଙ୍ଗେ ଲଙ୍ଗେ କଟର ମେସିନ୍ ସାହାଯ୍ୟରେ ଗ୍ରୀଲ କାଟି ନାବାଳକକୁ ଉଦ୍ଧାର କରି AIIMS ହସ୍ପିଟାଲ ପଠାଇଥିଲେ। ଆହତ ନାବାଳକ ହେଉଛନ୍ତି ମୋହନ ଡିଗଲ। ତାଙ୍କ ଘର କନ୍ଧମାଳରେ ବୋଲି ଜଣାପଡିଛି। ପିଲାଟିର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।