fbpx

ଏକ ବର୍ଷ ମଧ୍ୟରେ ୭ ଜଣଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ବ୍ଲାକମେଲ୍ କରି ଲୁଟୁଥିବା ଯୁବତୀକୁ ଗିରଫ କରିବାରେ ସଫଳ ହେଲା ପୋଲିସ୍

ଗୁରୁଗ୍ରାମ: ଡେଟିଂ ଆପ୍ ଜରିଆରେ ଏକାଧିକ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିବା ମହିଳାଙ୍କୁ ଧରିବାରେ ସଫଳ ହୋଇଛି ଗୁରୁଗ୍ରାମ ପୋଲିସ୍ । ଏହି ମହିଳା ଜଣକ ପ୍ରଥମେ ଡେଟିଂ ଆପ୍ ରେ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ ଓ ତାପରେ ସେମାନଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ବ୍ଲାକମେଲ୍ କରୁଥିଲା । ମହିଳା ଜଣକ ଯୁବକଙ୍କ ନାମରେ ପୋଲିସ୍ କେସ୍ କରିବା କଥା କହି ବ୍ଲାକମେଲ୍ କରୁଥିଲା । ଏନେଇ ପୋଲିସ୍ ସୂଚନା ଦେଇଛି ।

ଗୁରୁଗ୍ରାମ ପୋଲିସ୍ ର ସୂଚନା ଅନୁସାରେ, ନ୍ୟୁ କଲୋନୀର ରେ ରହୁଥିବା ଗୋଟିଏ ୨୦ ବର୍ଷୀୟା ଯୁବତୀକୁ ଗିରଫ କରାଯାଇଛି । ଏହି କାମରେ ଯୁବତୀଙ୍କ ସହିତ ତାର ମା ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏଯାବତ୍ ଉକ୍ତ ଯୁବତୀ ୫ ଜଣଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବ୍ଲାକମେଲିଂ କରିସାରିଲାଣି ।

ନିକଟରେ ଫସିଥିବା ଜଣେ ଯୁବକ ପୋଲିସ୍ ପାଖରେ ଅଭିଯୋଗ କରି କହିଛନ୍ତି ଯେ, ଅଗଷ୍ଟ ୨୦ରେ ଉକ୍ତ ଯୁବତୀଙ୍କ ସହିତ ଡେଟିଂ ଆପ୍ ଜରିଆରେ ଭେଟିଥିଲେ । ପ୍ରଥମେ ଯୁବତୀ ଜଣକ ତାଙ୍କୁ ଫସାଇ ଥିଲେ ଓ ତାଙ୍କ ସହିତ ରିଲେସନ୍ ରେ ରହିଥିଲେ । ଖାଲି ସେତିକି ନୁହେଁ ଅଗଷ୍ଟ ୨୩ ତାରିଖରେ ବିବାହ ମଧ୍ୟ କରିଥିଲେ । ପୋଲିସ୍ ର କହିବା କଥା ଯେ, କିଛି ଯୁବକଙ୍କ ସହିତ ଯୋଜନାବଦ୍ଧ ଭାବରେ ସୋସିଆଲ ମିଡିଆରେ ଫସାଇ ସେମାନଙ୍କ ସହିତ ଫିଜିକାଲ୍ ରିଲେସନ୍ ରଖୁଥିଲା । ବର୍ତ୍ତମାନ ସୁଦ୍ଧା ଯୁବତୀ ଜଣକ ଲକ୍ଷ ଲକ୍ଷ ଟଙ୍କା ଲୁଟିସାରିଛି ।

Get real time updates directly on you device, subscribe now.