fbpx

(Video) ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ! ନଦୀ, ପୋଖରୀ ଛାଡ଼ି ଏକ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଯାଇଛି ଏକ ୩ ଫୁଟିଆ କୁମ୍ଭୀର ଛୁଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୁମ୍ଭୀରମାନେ ପାଣି ଭିତରେ ବସବାସ କରିଥାନ୍ତି । ଅନେକ ସମୟରେ ଶୁଖିଲା ସ୍ଥାନକୁ କିଛି କୁମ୍ଭୀର ଆସି ମଣିଷକୁ ଶିକାର କରିନେଉଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି । ବିଶେଷ କରି କେନ୍ଦ୍ରାପଡ଼ା ଅଞ୍ଚଳରୁ ଏଭଳି ଖବର ସବୁ ଆସିଥାଏ । ତେବେ ଏହା ମଧ୍ୟରେ ଏକ କୌତୁହଳପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ପାଣି ଛାଡ଼ି ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଯାଇଥିଲା ଗୋଟିଏ କୁମ୍ଭୀର । ଖୁଣ୍ଟର ଶୀର୍ଷରେ ତାର ସହ କୁମ୍ଭୀରଟି ଲାଗି ରହିଥିଲା । କୁମ୍ଭୀରକୁ ଏମିତି ଅବସ୍ଥାରେ ଦେଖି ଲୋକମାନେ ଡରିଯାଇଥିଲେ ।

ସୂଚନା ମୁତାବକ, ଭିତରକନିକା ଜାତୀୟ ଉଦ୍ୟାନ ସୀମାନବର୍ତ୍ତୀ ଖୋଳା ନିକଟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗୋଟିଏ ୩ ଫୁଟର କୁମ୍ଭୀର ଛୁଆ ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଯାଇଥିଲା । ଯେତେ ଚେଷ୍ଟା କଲେ ବି ଲୋକମାନେ କୁମ୍ଭୀରକୁ ତଳକୁ ଆଣିପାରିନଥିଲେ । କୁମ୍ଭୀରଟି କାଳେ କାହା ଉପରକୁ ଡେଇଁ ପଡ଼ିବ ସେହି ଭୟରେ ଅନେକ ଲୋକ ଡରିଯାଇଥିଲେ । ସୂଚନାଯୋଗ୍ୟ ଯେ, ବଉଳା କୁମ୍ଭୀର ଭିତରକନିକା ଅଞ୍ଚଳରେ ଚଳିତ ବର୍ଷଅ ୧୧୪ଟି ବସା କରିଛନ୍ତି । ଅନେକ ସମୟରେ ବଉଳା କୁମ୍ଭୀର ଜନବସତି ଅଞ୍ଚଳ ଆଡ଼କୁ ପଶିଆସି ଲୋକ ଓ ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କରିଥାନ୍ତି । କୁମ୍ଭୀରମାନେ ନଦୀ, ନାଳ, ପୋଖରୀରେ ରହୁଥିବା ବେଳେ ପ୍ରଥମ ଥର ପାଇଁ ଏପରି ଦେଖିବାକୁ ମିଳିଥିଲା । ୨୫ ଫୁଟ ଲମ୍ବ ବିଶିଷ୍ଟ ବିଦ୍ୟୁତ ଖୁଣ୍ଟ ଉପରକୁ ଏହି କୁମ୍ଭୀର ଛୁଆଟି ଚଢ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.