fbpx

ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମାଆ ହୋଇପାରିଲାନି ଝିଅ, ଯୁବତୀଙ୍କ ମାଆ ସାଜିଲେ ସରୋଗେଟ୍ ମଦର

Advertisement

ନୂଆଦିଲ୍ଲୀ: ବିବାହିତ ମହିଳାମାନଙ୍କ ପାଇଁ ମା’ ହେବାର ଖୁସି ଅନ୍ୟତମ । ହେଲେ କିଛି ମହିଳାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେମାନେ ମା’ ହୋଇପାରନ୍ତି ନାହିଁ । କିନ୍ତୁ ବିଜ୍ଞାନ ଯୁଗରେ ସବୁକିଛି ସମ୍ଭବ ହୋଇପାରୁଛି । ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମା’ ହୋଇପାରନ୍ତି ନାହିଁ ଡାକ୍ତରମାନଙ୍କ ଅଭିନବ ଉପାୟରେ ସେମାନେ ଏବେ ମାତୃତ୍ୱର ସୁଖ ପାଇ ପାରୁଛନ୍ତି । ଏହିପରି ଏକ ଆଧୁନିକ ଉପାୟ ହେଉଛି ସରୋଗେଟ ମଦର । ସରୋଗେଟ ମଦରମାନଙ୍କ ପାଇଁ ଜଣେ ମହିଳା ମାତୃତ୍ୱ ଲାଭ କରିପାରୁଛନ୍ତି । ଏବେ ଏପରି ଜଣେ ସରୋଗେଟ ମଦରଙ୍କ କଥା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ନିଶ୍ଚୟ ଖୁସିହେବେ । ଯେଉଁଠାରେ ଜଣେ ୫୦ବର୍ଷିୟ ମହିଳା ନିଜ ଝିଅର ପିଲା ହେଉ ନଥିବାରୁ ସରୋଗେଟ ମଦର ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଆମେରିକାର ଓଟା ରାଜ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୨୫ ବର୍ଷୀୟ କୈଟିଲିନ ମୁନୋଜୋ ଏବଂ ସ୍ୱାମୀ ମିଗୁଏଲ ମୁନୋଜୋ ପିଲା ଜନ୍ମ କରିବାକୁ ଚାହୁଁଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଏହା ହୋଇ ପାରିନଥିଲା । ଏହା ପରେ ତାଙ୍କ ମା’ ଚାଲିସ ସ୍ମିଥ ଦମ୍ପତ୍ତିଙ୍କ ପାଇଁ ସରୋଗେଟ ମଦର ହେବାର ନିଷ୍ପତ୍ତି ନେଇଥିଲେ ।

ସ୍ମିଥ ନିଜ ଝିଅ ଓ ଜ୍ୱାଇଁ ପାଇଁ ଏକ ସୁସ୍ଥ ଶିଶୁ ଜନ୍ମ କରିଥିବା ସୂଚନା ମିଳିଛି । ସ୍ମିଥ କହିଛନ୍ତି ସେ ତାଙ୍କ ଝିଅର ଦୁଃଖ ସହି ପାରି ନଥିଲେ ଏବଂ ସରୋଗେଟ ମଦର ହେବାର ନିଷ୍ପତ୍ତି ନେଇଥିଲେ । ତେବେ ମେ ୧୭ରେ ଶିଶୁର ଜନ୍ମ ହୋଇଥିଲା ଏବଂ ତାର ନାମ ଅଲାୟନା କୈଟ ଚାଲିଜି ରଖା ଯାଇଥିଲା । ତଥ୍ୟ ରୁ ପ୍ରକାଶିତ ଯେ କୈଟଲିନ ନିଜ ମା’ଙ୍କ ନାମ ଅନୁସାରେ ହିଁ ଶିଶୁର ନାମ ଦେଇଛନ୍ତି କାରଣ ତାଙ୍କ ମା’ ଏହି ଶିଶୁଟିକୁ ଜନ୍ମ ଦେଇଛନ୍ତି ।

ସୂଚନାଥାଉ କି, କୈଟଲିନଙ୍କର ପୂର୍ବର ଆଇଭିଏଫ ଦ୍ୱାରା ଏକ ଶିଶୁ ପୁତ୍ର ହୋଇଥିଲା । କିନ୍ତୁ କୌଣସି ଏକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ସେ ଆଉ ମା’ ହୋଇପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ଏହା ପରେ କୈଟଲିନଙ୍କ ମା’ ସରୋଗେଟ ମଦର ହେବାର ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.