fbpx

କାଳ ସାଜିଲା କାଳବୈଶାଖୀ: ମଝି ଚିଲିକାରେ ବୁଡିଗଲା ଡଙ୍ଗା

ଚିଲିକା: ପର୍ଯ୍ୟଟକ ଏବଂ ମତ୍ସଜୀବୀଙ୍କ ପାଇଁ ଏବେ ବିପଦ ପାଲଟିଛି ଚିଲିକାରେ ଡଙ୍ଗାରେ ବୁଲିବା । ଲଗାତାର ଡଙ୍ଗା ଫସିବା ସହିତ ଅନେକ ଡଙ୍ଗା ବୁଡିଯିବାର ଘଟଣା ସାମନାକୁ ଆସୁଛି । ଆଜି ମଧ୍ୟ ସମାନ ଘଟଣା ଦେଖାଯାଇଛି । କାଳ ବୈଶାଖୀ ପ୍ରଭାବରେ ଚିଲିକା ମଝିରେ ଏକ ମାଛଧରା ଡଙ୍ଗା ବୁଡି ଯାଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚିଲିକାର କାଳୂପଡା ନିକଟରେ ଏକ ମାଛଧରା ଡଙ୍ଗା ବୁଡିଯାଇଥିବା ଜଣାପଡିଛି । ଫଳରେ ଲକ୍ଷାଧିକ ଟଙ୍କାର ମାଛ ସହିତ ଜାଲ ମଧ୍ୟ ବୁଡିଯାଇଛି । ତେବେ ଡଙ୍ଗାରେ ଥିବା ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ତେବେ ବାରମ୍ବାର ସତର୍କ କରାଇବା ସତ୍ତେ୍ୱ କାଳବୈଶାଖୀ ସମୟରେ ମତ୍ସଜୀବୀ ଚିଲିକାର ଗଭୀର ପାଣିକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେପଟେ ଗତ କିଛି ଦିନରୁ ବାରମ୍ବାର ଚିଲିକା ଭଝିରେ ଡଙ୍ଗା ଫସି ରହିବା ସହିତ ବୁଡି ଯାଉଥିବା ଘଟଣା ସାମନାକୁ ଆସୁଛି । ତେବେ ଏହାର କାରଣ ଏବଂ ରହସ୍ୟକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଆରମ୍ଭ ହେଉଛି ।

Get real time updates directly on you device, subscribe now.