fbpx

(Video) ସତ ହେଲା କି ମାଳିକା ବଚନ? କୁମ୍ଭୀର ସହ ମିଶିଗଲା ଚିତ୍ତଳ ମାଛ… ଏବେ ପୃଥିବୀକୁ ଶେଷ କରିବ ଏହି ଯୋଡ଼ି

ଧୀରେ ଧୀରେ ସତ ହେବାରେ ଲାଗିଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ । ଚାରିଆଡେ ଦେଖିବାକୁ ମିଳୁଛି କୁମ୍ଭୀରର ଆତଙ୍କ । ମାଳିକାରେ ଲେଖା ଥିବା ପ୍ରତ୍ୟେକ କଥା ଧୀରେ ଧୀରେ ସତ ହେବାରେ ଲାଗିଛି । ସବୁଆଡେ ହୁରି ପଡୁଛି ମାଳିକା ହେଲାଣି ସତ୍ୟ । ଏବେ ହିଂସ୍ର ପାଲଟି ଚାରିଆଡେ ଆତଙ୍କ ଖେଳାଉଥିବା କୁମ୍ଭୀର ଚିତ୍ତଳ ମାଛକୁ ଅପେକ୍ଷା କରିଥିଲା । ଏ ନଦୀରୁ ସେ ନଦୀକୁ ଯାଇ ତାଣ୍ଡବ ରଚିବା ସହିତ ଚିତ୍ତଳ ମାଛକୁ ଖୋଜି ବୁଲୁଥିଲା କୁମ୍ଭୀର । ମଣିଷକୁ ଝୁଣି ଝୁଣି ଖାଇବା ସହିତ ତାର ସାଙ୍ଗ ଚିତ୍ତଳ ମାଛକୁ ବି ଖୋଜି ବୁଲୁଥିଲା । କେନ୍ଦ୍ରାପଡାରୁ, ଯାଜପୁର, ତା’ପରେ କଟକ ମୁଣ୍ଡୁଳି ଚାରିଆଡେ ଘୁରି ବୁଲିଥିଲା ବଉଳା କୁମ୍ଭୀର, ଆଉ ଖୋଜି ବୁଲୁଥିଲା ତାର ସାଥୀ ଚିତ୍ତଳ ମାଛକୁ ।

କଟକରେ ପହଞ୍ଚିବା ପରେ ତାର ସାଥୀ ଚିତ୍ତଳ ମାଛକୁ ଖୋଜି ପାଇଛି ବଉଳା କୁମ୍ଭୀର । ଆଉ ଦୁଇଜଣ ମିଶି ପୁଣିଥରେ ମଣିଷ ଶିକାର କରିବା ପାଇଁ ବଡ ଯୋଜନା କରୁଛନ୍ତି । ଏବେ ମିଶିଯାଇଛନ୍ତି ଚିତ୍ତଳ ମାଛ ଆଉ କୁମ୍ଭୀର । ଯାହାକୁ ନେଇ ଆତଙ୍କିତ ହୋଇ ରହିଛନ୍ତି ସାଧାରଣ ଲୋକେ । କୁମ୍ଭୀର କେନ୍ଦ୍ରାପଡାରେ ପାଞ୍ଚଜଣଙ୍କୁ ଖାଇବା ପରେ , ଏହାପରେ ଯାଜପୁରର ବିରୁପା ନଦୀରେ ନଦୀକୁଳରୁ ମହିଳାଙ୍କୁ ଟାଣି ନେଇ ନଦୀ ଭିତରେ ଝୁଣି ଝୁଣି ଖାଇଥିଲା । ଏହାପରେ ରାଜ୍ୟରେ ଅନେକ ନଦୀର କୁମ୍ଭୀର ର ଆତଙ୍କ ଦେଖିବାକୁ ମିଳିଛି । କୁମ୍ଭୀରର ଭୟ ଭିତରେ ପୁଣି ଥରେ କଟକ ମୁଣ୍ଡୁଳିରେ କୁମ୍ଭୀର ଦେଖିବାକୁ ମିଳିଥିଲା । ଯାହାପରେ ମାଳିକାରେ ବର୍ଣ୍ଣିତ ବଉଳା କୁମ୍ଭୀର ଓ ଚିତ୍ତଳ ମାଛ ମିଶିଯିବା କଥା । କଳିଯୁଗ ସରି ସରି ଆସୁଛି ବୋଲି କଳ୍ପନା ଜଳ୍ପନା ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.