ଆରେ ବାପ୍ ରେ, ତାଲା ପଡ଼ିଥିବା ଟ୍ରେଜେରୀରେ ଟଙ୍କା-ସୁନାକୁ ଜଗି ବସିଛି ନାଗ ସାପ, ଯିଏ ଯାଉଛି ଫଁ ଫଁ କରି ଗୋଡ଼ାଉଛି

ତାଲା ପଡ଼ିଥିବା ଟ୍ରେଜେରୀ ଭିତରକୁ ସାପ ଗଲା କିପରି?

ଓଡ଼ିଶାଭାସ୍କର: ଟ୍ରେଜେରୀରେ ଭର୍ତ୍ତି ଟଙ୍କା ଓ ସୁନା। ଅତି ଯତନରେ ସାଇତି ରଖିଥିଲେ ଅର୍ଜିତ ଧନ। ହେଲେ ଗଡ୍ରେଜ ଟ୍ରେଜେରି ଖୋଲିବା ବେଳକୁ ଟଙ୍କା-ସୁନାକୁ ଜଗି ବସିଛି ଏକ ବିଶାଳ ନାଗ ସାପ।

ନା ପାଖକୁ କାହାକୁ ଛାଡୁଛି ନା ସେ ଜାଗା ଛାଡ଼ି ବାହାରକୁ ଆସୁଛି।  ଯିଏ ଗୋଡ଼ାଇବାକୁ ଯାଉଛି ତାକୁ ଫଁ ଫଁ କରି ଡ଼ରାଉଛି। ଏପରି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି।

ଏହି ଦୃଶ୍ୟ ଏତେ ଭୟଙ୍କର ଯେ ଏହା ଦେଖି ଲୋକଙ୍କ ଦେହ ଥରି ଉଠିବ। ହେଲେ ଘର ଲୋକଙ୍କ ମନରେ ଏକ ପ୍ରଶ୍ନ ଆସୁଛି କି ତାଲା ପଡ଼ିଥିବା ଟ୍ରେଜେରୀ ଭିତରକୁ ଏତେ ବଡ଼ ସାପ ଗଲା କିପରି? ନିଶ୍ଚିକତ ଭାବରେ ଏମିତି ଚିନ୍ତା ମନକୁ ଆସିବା ସ୍ୱାଭାବିକ।

ହଁ ଆଜ୍ଞା ବାଥରୁମ୍ କିମ୍ବା ବେଡରୁମରେ ସାପ ପଶିଯିବା ଏକ ସାଧାରଣ କଥା, କିନ୍ତୁ ତାଲା ପଡିଥିବା ସେଫ୍ ଭିତରକୁ ଏକ ବିଶାଳ ସାପ ପଶି ରହିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟକର।

ଏହି ଆଶ୍ଚର୍ଯ୍ୟଜନକ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ X (ଟ୍ୱିଟର) ରେ @abhishek902444 ନାମକ ଏକ ଆଇଡିରେ ସେୟାର କରାଯାଇଛି,।

କେବଳ ସେତିକି ନୁହେଁ ଏହି ଭିଡ଼ିଓରେ ଏକ କ୍ୟାପସନ୍ ଲେଖାଯାଇଛି ଯାହା ନିଶ୍ଚିତ ଭାବରେ ଏକ କୌତୁହଳ ପୂର୍ଣ୍ଣ କ୍ୟାପସନ୍। ସେୟାର କରିଥିବା ବ୍ୟକ୍ତି ଜଣକ ଲେଖିଛନ୍ତି “ମୁଁ ସବୁବେଳେ ଏହା ବିଷୟରେ ଶୁଣିଛି, କିନ୍ତୁ ଆଜି ମୁଁ ଏହା ଦେଖିଲି”।

ତାଙ୍କ କହିବା କଥା ସେ ଛୋଟ ବେଳୁ ତାଙ୍କ ଜେଜେମା ଜେଜବାପାଙ୍କ ଠାରୁ ଶୁଣି ଆସିଛନ୍ତି କି ଯେଉଁଠାରେ ଧନ ପୋତାଯାଇଥାଏ ତାହାର ସୁରକ୍ଷା ସାପ କରେ। କିନ୍ତୁ ଏହା କିପରି ସମ୍ଭବ ଯେ ଏକ ଲୁହା ଆଲମାରୀରେ ତାଲା ପଡିଥିବା ଟ୍ରେଜେରୀରେ ଧନକୁ ସାପ ଜଗି ରହିଛି। ଆଶ୍ଚର୍ଯ୍ୟ ଏହାର ଠିକଣା ଦେଲା କିଏ?