ଭୁବନେଶ୍ୱର: ଘୋଷଣା ହେଲା ଭୁବନେଶ୍ୱର SBI ମଣ୍ଡଳର ନୂଆ ମୁଖ୍ୟ ମହାପ୍ରବନ୍ଧକ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶ୍ରୀ ରତ୍ନତେଜା ଦିନକର ଅକେଲ୍ଲାଙ୍କୁ ଏହାର ଭୁବନେଶ୍ୱର ମଣ୍ଡଳର ନୂଆ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି କରିଛନ୍ତି।
ଯଦି ଦେଖିବା ଶ୍ରୀ ତେଜା ୧୯୯୪ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର ଭାବରେ ଯୋଗ ଦେଇଥିଲେ। ତାଙ୍କର ୩୧ ବର୍ଷ ବ୍ୟାଙ୍କି କ୍ୟାରିଅର ମଧ୍ୟରେ ସେ ରିଟେଲ ଅପେରସନ, କର୍ପୋରେଟକ୍ରେଡିଟ,ଫୋରେକ୍ସ, ଏମଏସଏମଇ ଆଦି କ୍ଷେତ୍ରରେ ଦେଶ ବିଦେଶ ରେ ଅଭିଜ୍ଞତା ଅର୍ଜନ କରିଛନ୍ତି।
ଏହା ପୂର୍ବରୁ ସେ ମୁମ୍ବାଇ ସ୍ଥିତ କର୍ପୋରେଟ ସେଣ୍ଟରରେ ମୁଖ୍ୟ ମହାପ୍ରବନ୍ଧକ (ରିସ୍କ ମ୍ୟାନେଜମେଣ୍ଟ ବିଭାଗ) ପଦବୀରେ କାର୍ଯ୍ୟରତ ଥିଲେ। ଆଉ ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଓଡିଶାରେ ଥିବା ସମସ୍ତ ୯୧୭ଟି ଶାଖା ତାଙ୍କର ତତ୍ୱାବଧାନ ଏବଂ ମାର୍ଗଦର୍ଶନରେ କାର୍ଯ୍ୟ କରିବେ।