CHARIDHAM

ଆଉ କେଇ ଘଣ୍ଟାର ଅପେକ୍ଷା,ବାହାରିବ ଫଳାଫଳ,ମୁଖ୍ୟମନ୍ତ୍ରୀ ରେସରେ ୪ ଚେହେରା

ଭୋଟ୍ ବାହୁଡ଼ା ମତ, ଦିଲ୍ଲୀରେ ବାଜିମାତ୍ କରିବ ବିଜେପି। ହେଲେ ଏଯାଏଁ ଘୋଷଣା ହୋଇନାହିଁ ମୁଖ୍ୟମନ୍ତ୍ରୀ ଚେହେରା। ଆଉ କେଇ ଘଣ୍ଟା ପରେ ବାହାରିବ ଫଳାଫଳ। ଏବେଠୁ ମୁଖ୍ୟମନ୍ତ୍ରୀ ଲାଇନରେ ରହିଛି ଏହି ୪ଜଣଙ୍କ ନାଁ।

ନୂଆଦିଲ୍ଲୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତା ପରେ ଆରମ୍ଭ ହେବ ଗଣତି। ଆଉ ଡିକ୍ଲାର ହେବ ଫଳାଫଳ। ହେଲେ ଦିଲ୍ଲୀରେ ଏଥର କିଏ ସରକାର ଗଢିବ? ଯେତେବେଳେ ଏହି  ପ୍ରଶ୍ନ ଉଠୁଛି ସେତେବେଳେ ଅନେକ ଉତ୍ତର ବିଜେପି ଆଡକୁ ଇସାରା କରୁଛି। ଏପରି ହେବା ବି ସ୍ୱଭାବିକ।

କାରଣ ଭୋଟ୍ ଗ୍ରହଣ ଦିନ ଏକଜିଟ୍ ପୋଲ୍ ଡବା ଭୋଟ ବାହୁଡା ମତ ଜାହା ଆସିଥିଲା। ସେଥିରୁ ଅଧିକାଂଶ ମତ ବିଜେପି ସପକ୍ଷରେ ଥିଲା। ତେଣୁ ଏବେ ଆଉ ଗୋଟିଏ କଥା ମନରେ ଆସୁଛି। କି ଯଦି ବିଜେପି ସତରେ ସରକାର ଗଢ଼େ। ତାହାଲେ ମୁଖ୍ୟମନ୍ତ୍ରୀ କାହାକୁ କରିବ। କାରଣ ରେସରେ ରହିଛି ୪ଜଣଙ୍କ ଚେହେରା।

ବୁଥ୍ ବାହୁଡ଼ା ମତ: ଯଦି ଦେଖିବା ଯେତେବେଳେ ଦିଲ୍ଲୀରେ ଭୋଟ ପଡିଥିଲା। ସେତେବେଳେ ଅନେକ ଏକଜିଟ୍ ପୋଲର ଆକଳନ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ବୁଥ୍ ବାହୁଡା ମତର ମତାମତ ଥିଲା ବିଜେପି ସପକ୍ଷରେ।

ଅର୍ଥାତ୍ ଦିଲ୍ଲୀରେ ଶାସକ ଦଳ ଅପେକ୍ଷା ବିରୋଧୀ ବିଜେପିର ସିଟ୍ ସଂଖ୍ୟା ଅଧିକ ଥିଲା। ଯାହାକୁ ନେଇ ବିଜେପିର ମନୋବଳ ବଢି ଚାଲିଥିଲା। ଆଉ ସେପଟେ ନିରାଷ ହୋଇପଡିଥିଲା ଶାସକ ଦଳ ଆମ ଆଦମୀ ପାର୍ଟି।

ମୁଖ୍ୟମନ୍ତ୍ରୀ ରେସରେ ୪ ନାଁ: ଯେତେବେଳେ ବୁଥ୍ ବାହୁଡା ମତ ବିଜେପି ସପକ୍ଷରେ ଅଛି। ତେଣୁ ଏକଜିଟ୍ ପୋଲ ଏକଜାଟ ବି ହୋଇପାରେ। ତେଣୁ ଯଦି ଫଳାଫଳ ବିଜେପି ସପକ୍ଷରେ ଆସେ। ତେବେ ଦିଲ୍ଲୀରେ ସରକାର ଗଢିବ ବିଜେପି।

ହେଲେ ଏବେଯାଏଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ହୋଇନାହିଁ। କାହାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବେ ଶୀର୍ଷ ନେତୃତ୍ୱ ତାହା ଉପରେ ସମସ୍ତଙ୍କ ଆଖି। ହେଲେ ଏବେ ୪ ଜଣଙ୍କ ଚେହେରା ଆଗରେ ରହିଛି। ଯଦି ବିଜେପି ସରକାର ଗଢ଼େ ତେବେ ଏହିମାନଙ୍କ ଭିତରୁ କାହାକୁ କରାଯାଇପାରେ ମୁଖ୍ୟମନ୍ତ୍ରୀ।

ପ୍ରଭେଶ ବର୍ମା: ପ୍ରଭେଶ ବର୍ମା, ଯିଏକି ବିଜେପିର ଜଣେ ଟାଣୁଆ ନେତା। ଏବଂ ଚଳିତ ନିର୍ବାଚନରେ ଆପ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ପ୍ରତିଦ୍ୱନ୍ଦିତା କରିଛନ୍ତି। ପ୍ରଭେଶ ବିଜେପିର ଗେହ୍ଲାପୁଅ କହିଲେ ଅତ୍ୟୁକ୍ତି ହେବନାହିଁ। ପୂର୍ବରୁ ପ୍ରଭେଶଙ୍କ ବାପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ତେଣୁ ଦଳ ତାଙ୍କୁ ଆସନରେ ବସାଇପାରେ।

ସ୍ମୃତି ଇରାନୀ: ଯିଏକି ଦିଲ୍ଲୀ ବିଜେପିର ଜଣେ ଟାଣୁଆ ନେତ୍ରୀ। ବିଭିନ୍ନ ପ୍ରସଙ୍ଗରେ ସେ ଶାସକ ଦଳକୁ ସବୁବେଳେ ଟାର୍ଗେଟ କରିଥାନ୍ତି। ଏଥରକ ପ୍ରଚାରରେ ମଧ୍ୟ ତାଙ୍କର ସକ୍ରିୟ ଭୂମିକା ରହିଛି। ପୁଣି ଦଳ ସ୍ମୃତିଙ୍କୁ ସାମ୍ନାକୁ ଆଣି ମହିଳା ୱିଙ୍ଗସକୁ ମଜଭୂତ କରିପାରେ।

ମନୋଜ ତିଓ୍ୱାରୀ: ମନୋଜ ତିଓ୍ୱାରୀ ମଧ୍ୟ ବିଜେପିର ଜଣେ ଟାଣୁଆ ନେତା। ସେ ଉତ୍ତରପୂର୍ବ ଦିଲ୍ଲୀରୁ ତିନି ତିନି ଥର ସାଂସଦ ରହିସାରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରିଆସିଛନ୍ତି। ଏହାର ଅର୍ଥ ମନୋଜଙ୍କ ଉପରେ ଦଳର ପୁରା ବିଶ୍ୱାସ ରହିଛି।

ବାଂସୁରୀ ସ୍ୱରାଜ: ଶେଷରେ ଆସୁଛନ୍ତି ବାଂସୁରୀ। ଯିଏକି ବିଜେପିର ଜଣେ ହାଇପ୍ରୋଫାଇଲ ନାରୀ ନେତ୍ରୀ। ସେ ନୂଆଦିଲ୍ଲୀର ଲୋକସଭା ଆସନରୁ ଲଢି ସାଂସଦ ଅଛନ୍ତି। ଚର୍ଚ୍ଚା ହେଉଛି ଦିଲ୍ଲୀ ବିଜେପି ଭୋଟରଙ୍କୁ ଯୋଡି ରଖିବାରେ ବାଂସୁରୀଙ୍କ ବଡ ଭୂମିକା ରହିଛି। ଏମିତିରେ ସେ ସୁଷମା ସ୍ୱରାଜଙ୍କ ଝିଅ। ତେଣୁ ଦଳରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି।