fbpx

ସାଇକେଲ୍ ରଖିବାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଦଶମ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର

ଅନୁଗୁଳ: (ଓଡ଼ିଶା ଭାସ୍କର) ଦଶମ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛି । ଅନୁଗୁଳ ସରକାରୀ ହାଇସ୍କୁଲର ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାଇକେଲ୍ ରଖିବାକୁ ନେଇ ପୂର୍ବ ଝଗଡ଼ାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ଦଶମ ଛାତ୍ର । ସ୍କୁଲ୍ ଛୁଟି ବେଳେ ମୁଖ୍ୟ ଫାଟକ ନିକଟରେ ଆକ୍ରମଣ କରିଥିବା ଅଭିଯୋଗ । ନବମ ଛାତ୍ରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଗୁରୁତର ଭାବେ ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଚନ୍ତି ନବମ ଛାତ୍ର । ଆକ୍ରମଣ ନେଇ ଥାନାରେ ଏତଲା ପରେ ଅନୁଗୁଳ ପୋଲିସର ତଦନ୍ତ ଜାରି ।

Get real time updates directly on you device, subscribe now.