fbpx

ନଦୀରୁ ମିଳିଲା ଭାସମାନ ଇଟା, ଭଗବାନ ଭାବି ଦର୍ଶନ କରିବାକୁ ଲାଗିଲା ଲୋକଙ୍କ ଭିଡ

ଆଗ୍ରା: ମାନ୍ୟତା ରହିଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ ସମୁଦ୍ର ପାର ହେବାକୁ ପଥର ଜରିଆରେ ଏକ ବ୍ରିଜ୍ ତିଆରି କରିଥିଲେ । ନଳ-ନୀଳ ରାମଙ୍କ ନାମ ପଥର ଗୁଡିକ ଉପରେ ଲେଖି ସମୁଦ୍ରରେ ପଥର ସବୁକୁ ପାଣିରେ ଭସାଇ ଦେଇଥିଲେ । ତେବେ ସେହିପରି ଏକ ଦୃଶ୍ୟ ଏହି ଯୁଗରେ ମଧ୍ୟ ଦେଖିବାକୁ ମିଳିଛି । ଆଗ୍ରାରେ ଯମୁନା ନଦୀରେ ଏକ ଭାସୁଥିବା ପଥର ଦେଖିବାକୁ ମିଳିଛି । ଯାହା ଦେଖିବା ପରେ ଲୋକମାନେ ତାକୁ ଆଣି ଭଗବାନଙ୍କ ଆଶୀର୍ବାଦ ଭାବି ପୂଜା କରିବା ଆରମ୍ଭ କରିଛନ୍ତି । ଆଉ ଏହାକୁ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଏକାଠି ହେବାରେ ଲାଗିଛନ୍ତି ।

ସୂଚନା କ୍ରମେ, ଯମୁନା ନଦୀର ଏତ୍ମାଦୈଲା କ୍ଷେତ୍ରରେ ଉକ୍ତ ଅଞ୍ଚଳର କିଛି ପିଲା ସ୍ନାନ କରିବାକୁ ଯାଇଥିଲେ । ସେହି ସମୟରେ ଗାଧୋଇବାକୁ ଯାଇଥିବା ପିଲାମାନେ ଗୋଟିଏଐ ପଥରକୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ପଥରଟିର ଓଜନ ୮କିଲୋ ୯୦୦ ଗ୍ରାମର ହେବ ବୋଲି ଜଣାପଡିଛି । ଏହି କଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କ କାନରେ ପଡିବା ପରେ ତାକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିବାରେ ଲାଗିଛି । ତେବେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏବେ ବିଶ୍ୱାସ କରିବା ଆରମ୍ଭ କରି ଦେଇଛନ୍ତି ଯେ, ଏହି ପଥର ହେଉଛି ସେହି ପଥର ଯାହା ନଳ-ନୀଳ ରାମଙ୍କ ଉଦ୍ଦେଶ୍ୟରେ ପାଣିରେ ଭସାଇଥିଲେ ।

ହେଲେ ବିଜ୍ଞାନ କହୁଛି ଯେ, ଜ୍ୱାଳାମୁଖୀର ଲାଭାରୁ ବାହାରିଥିବା ପଥର ପାଣିରେ ପହଁରିଥାଏ । ଯାହାକୁ ପ୍ୟୁମାଇସ୍ ଷ୍ଟୋନ୍ କୁହାଯାଏ । ଏହି ପଥରକୁ ପାଣିରେ ପହଁରୁଥିବା ପଥର ବୋଲି କୁହାଯାଇଥାଏ । ତେବେ ପଥର ମିଳିଥିବା ଅଞ୍ଚଳ ଏକ ଗାଁ ହୋଇଥିବାରୁ ସେଠାକାର ଲୋକମାନେ ଏହାକୁ ଭଗବାନ ବୋଲି ଭାବି ପୂଜା କରିବା ଆରମ୍ଭ କରିଦେଇଥିବା ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.