fbpx

(Video) କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ବଡ଼ ଅଘଟଣ! ପଡ଼ିଆ ମଧ୍ୟକୁ ଅଚାନକ ପଶିଗଲା ଏକ ଲୋମଡ଼ି

ନୂଆଦିଲ୍ଲୀ: ଅନେକ ସମୟରେ କୌଣସି କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ବଡ଼ ବଡ଼ ଅଘଟଣ ଘଟିଥାଏ । ବେଳେବେଳେ ପଡ଼ିଆ ମଧ୍ୟକୁ କିଛି ଜନ୍ତୁ ପ୍ରବେଶ କରିଥାନ୍ତି । ପଡ଼ିଆ ସାରା ଦର୍ଶକ ଭର୍ତ୍ତି ହୋଇ ରହିଥିବାରୁ ଏଭଳି ସ୍ଥିତିରେ ଏହି ଜନ୍ତୁକୁ ବାହାର କରିବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ତେବେ ଏହା ମଧ୍ୟରେ ଏକ ଲାଇଭ୍ କ୍ରିକେଟ ମ୍ୟାଚ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ପଡ଼ିଆ ମଧ୍ୟକୁ ଅଚାନକ ଏକ ଲୋମଡ଼ି ପ୍ରବେଶ କରିଥିଲା । ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଖବର ମୁତାବକ, ବ୍ରିଟେନରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଅଚାନକ ଏକ ଲୋମଡ଼ି ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲା । ଏହା ପରେ ଲୋମଡ଼ିଟି ପଡ଼ିଆରେ ଚାରିଆଡ଼କୁ ଦୌଡ଼ିବାରେ ଲାଗିଥିଲା । ତେଣୁ ଭୟରେ ଲୋକଙ୍କ ମଧ୍ୟରେ ହଡ଼କମ୍ପ ମଚିଯାଇଥିଲା । ଲୋମଡ଼ିକୁ ଦେଖି କିଛି ଲୋକ ମଜା ଉଠାଇଥିବା ବେଳେ ଆଉ କିଛି ସିଟି ବଜାଇଥିଲେ । ଫଳରେ ଲୋମଡ଼ିଟି ଆହୁରି ଜୋରରେ ଦୌଡ଼ିବାକୁ ଲାଗିଥିଲା । ଫଳରେ ପଡ଼ିଆ ସାରା ଦର୍ଶକଙ୍କ ପାଟିତୁଣ୍ଡ ଗୁଞ୍ଜରିତ ହେବାରେ ଲାଗିଥିଲା । ଶେଷରେ ଲୋମଡ଼ିଟି ପଡ଼ିଆ ବାହାରକୁ ଡେଇଁ ଚାଲିଯାଇଥିଲା ।

ଏହି ଭିଡିଓ ଦେଖିବା ପରେ କିଛି ୟୁଜର୍ସ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ସାପ, କୁକୁର ଓ ମହୁମାଛି ଏବେ କ୍ରିକେଟ ମ୍ୟାଚରେ ଲୋମଡ଼ି’ଙ୍କର ପ୍ରବେଶ ଆରମ୍ଭ ହୋଇଗଲାଣି । ଆଉ ଜଣେ ଲେଖିଛନ୍ତି, ‘ବୋଧହୁଏ ଲୋମଡ଼ି ଲାଇନଅପରେ ସାମିଲ ହୋଇଛି ।’ ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ବୋଧହୁଏ ଲୋମଡ଼ି କ୍ରିକେଟ ମ୍ୟାଚ ସମୟରେ ରନ୍ ସଂଗ୍ରହ କରିବାକୁ ଚାହୁଁଥିଲା ।’

Get real time updates directly on you device, subscribe now.