ମଧ୍ୟପ୍ରଦେଶ: ଜୀଅନ୍ତା ମଣିଶର ଶବ ସତ୍କାର। ବନ୍ଧା ହୋଇଛି କୋକେଇ। ଆଉ କୋକେଇ ଉପରେ ଶୋଇଛି ଜଣେ ଜୀବନ୍ତ ମଣିଷ। ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଘଟଣାଟି ସତ। ଆଉ ଏପରି କରିବା ପଛରେ ମଧ୍ୟ ରହିଛି କାରଣ। ଯାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ।
ଗାଁରୁ ବାହାରିଥିଲା ଶବ ଶୋଭାଯାତ୍ରା। ବାଜୁଥିଲା ବ୍ୟାଣ୍ଡ ଏବଂ ସଙ୍ଗୀତ। କେବଳ ଏତିକି ନୁହେଁ ଏହି ସମୟରେ ଶୋକ ଗୀତ ମଧ୍ୟ ଗାନ କରାଯାଇଥିଲା। ହେଲେ ଏସବୁ ପଛର ମୁଖ୍ୟ କାରଣ କ’ଣ ଥିଲା ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା।
ଜୀଅନ୍ତା ମଣିଷର ଶବସତ୍କାର: ମଧ୍ୟପ୍ରଦେଶର ବାରୱାନି ଅଞ୍ଚଳ ତାଲୁନ୍ ଗାଁର ଘଟଣା। ଆରମ୍ଭ ହୋଇଥିଲା ଶବ ଶୋଭାଯାତ୍ରା। ବନ୍ଧା ଯାଇଥିଲା କୋକେଇ। ଆଉ କୋକେଇ ଉପରେ ଥିଲା ଶବ।
ଶବ ଶୋଭାଯାତ୍ରାରେ ବାଜୁଥିଲା ବ୍ୟାଣ୍ଡ ଏବଂ ସଙ୍ଗୀତ। କେବଲ ଏତିକି ନୁହେଁ ଏହି ସମୟରେ ଶୋକ ଗୀତ ମଧ୍ୟ ଗାନ କରାଯାଉଥିଲା। ଅନେକ ଲୋକ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ।
କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଯେ ଏହା ଜଣେ ଜୀବିତ ବ୍ୟକ୍ତିଙ୍କ ଶବଯାତ୍ରା। ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରକୃତରେ ଏହା କରିବା ପଛର କାରଣ କ’ଣ ଥିଲା?
ବର୍ଷା ପାଇଁ ଶବଯାତ୍ରା: ତେବେ ଏହା ପଛର ପ୍ରମୁଖ କାରଣ ଥିଲା ବର୍ଷା। ହଁ ଆଜ୍ଞା ପ୍ରକୃତରେ ତାଲୁନ୍ ଗାଁରେ ବର୍ଷାର ଅଭାବ ଦେଖାଦେବାରୁ ଚାଷୀଙ୍କ ସମସ୍ୟା ବଢିଯାଇଛି।
ବିଲ ସବୁ ସୁଖିବା ଆରମ୍ଭ କଲାଣି। ଏହି ସଙ୍କଟକୁ ଦୂର କରିବା ପାଇଁ ଗାଁ ଲୋକେ ପାରମ୍ପରିକ ଉପାୟ ଅବଲମ୍ୱନ କରୁଛନ୍ତି। ସୋମବାର ରାତିରେ ତାଲୁନ୍ ଗାଁରେ ଏକ ଅନନ୍ୟ ଏବଂ ଆକର୍ଷଣୀୟ ରୀତି କରାଯାଇଥିଲା।
ଯେଉଁଥିରେ ଭଲ ବର୍ଷା ପାଇଁ ଜଣେ ଜୀବିତ ବ୍ୟକ୍ତିଙ୍କର ପ୍ରତୀକାତ୍ମକ ଶବଦାହ ଶୋଭାଯାତ୍ରା କରାଯାଇଥିଲା। ଲୋକମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ଆରମ୍ଭ କରିଥିଲେ।
କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଯେ ଏହା ବର୍ଷା ପାଇଁ ଏକ ରୀତି ଥିଲା ସେମାନେ ସେହି ଜୀବିତ ବ୍ୟକ୍ତିଙ୍କ ଦୀର୍ଘ ଜୀବନ କାମନା କରିଥିଲେ।
ଚିଣ୍ଡି ବୋରରେ ପହଞ୍ଚିବା ପରେ ସାମାଜିକ ପରମ୍ପରା ଅନୁସାରେ ଏକ ପ୍ରତୀକାତ୍ମକ ପ୍ରତିମୂର୍ତ୍ତିରେ ଅଗ୍ନି ଲଗାଇ ଟୋଟକାର ବିଧି ସମାପ୍ତ ହୋଇଥିଲା। ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଏହି ଉପାୟରେ ଭଗବାନ ଇନ୍ଦ୍ର ପ୍ରସନ୍ନ ହୋଇ ବର୍ଷା କରାଇବେ।