ଚଳନ୍ତା ଟ୍ରେନରେ ବଳାତ୍କାର, ବାଥରୁମକୁ ଟେକିନେଇ ଏଭଳି କାଣ୍ଡ ଭିଆଇଲା ବଲାତ୍କାରୀ

ଚଳନ୍ତା ଟ୍ରେନର ବାଥରୁମରେ ଝିଅକୁ ବଳାତ୍କାର

ମହାରାଷ୍ଟ୍ର: ଚଳନ୍ତା ଟ୍ରେନର ବାଥରୁମରେ ଝିଅକୁ ବଳାତ୍କାର! ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର କଲ୍ୟାଣରେ। ଏଠାରେ କସରା ଏବଂ ଆକୋଲା ମଧ୍ୟରେ ମେଲ ଏକ୍ସପ୍ରେସ ଟ୍ରେନରେ ଜଣେ ଝିଅକୁ ବଳାତ୍କାର କରାଯାଇଥିଲା।

ବାସ୍ତବରେ ଗଜାନନ ଚଭନ ନାମକ ଜଣେ ବ୍ୟକ୍ତି କଲ୍ୟାଣ ଷ୍ଟେସନରେ ଝିଅଟି ସହିତ ବନ୍ଧୁତା କରି ଟ୍ରେନ ବାଥରୁମରେ ତାଙ୍କୁ ବଳାତ୍କାର କରିଥିଲେ। ପରେ ସେ ତାଙ୍କୁ ତାଙ୍କ ଗାଁ ଆକୋଲାସ୍ଥିତକୁ ନେଇଗଲେ। ଯେତେବେଳେ ତାଙ୍କ ବାପା ମାଆ ଝିଅଟିକୁ ଦେଖିଲେ ସେତେବେଳେ ସେ ରାଗିଯାଇ ତାଙ୍କୁ କହିଲେ ଜଲ୍ଦି ଝିଅକୁ ଛାଡିକି ଆସେ।

ତା ପରେ ଯୁବକ ଜଣଙ୍କ ତାଙ୍କୁ ଆକୋଲା ଷ୍ଟେସନରେ ଛାଡି ପଳାଇ ଯାଇଥିଲେ। ଅନ୍ୟପଟେ ଝିଅର ପରିବାର ଲୋକେ ମଧ୍ୟ ଏକ ନିଖୋଜ ରିପୋର୍ଟ ଥାନାରେ ଦାଖଲ କରିଥିଲେ।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଥିଲା। ବର୍ତ୍ତମାନ ତାଙ୍କୁ 15 ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।