fbpx

ସୁସ୍ଥ ପରିବେଶ ଯୋଗୁଁ କମିଯାଏ କ୍ୟାନ୍ସର ଆଶଙ୍କା

କ୍ୟାନ୍ସର ସବୁଠାରୁ ବିପଜ୍ଜନକ ମାରାତ୍ମକ ରୋଗ ମଧ୍ୟରୁ ଅନ୍ୟତମ। ଯଦିଓ ବର୍ତ୍ତମାନ ସମୟରେ ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଛି, ତଥାପି ଆଜି ମଧ୍ୟ ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ହେଲେ ଏବେ ଉନ୍ନତ ଚିକିତ୍ସା ପ୍ରଣାଳୀ ଦ୍ୱାରା କ୍ୟାନ୍‌ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇପାରୁଛି ଏବଂ କେତେକ ପ୍ରକାର କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି। ହେଲେ ଏପରି ମାରାତ୍ମକ ରୋଗଠାରୁ ନିଜକୁ ଦୂରେଇ ରଖିବାରେ ସୁସ୍ଥ ପରିବେଶ କେତେକାଂଶରେ ସହାୟକ ହୋଇଥାଏ।

ନିକଟରେ ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଏ ବିଷୟ ଜଣାପଡିଛି। ସୁସ୍ଥ ପରିବେଶରେ ରହିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ କ୍ୟାନ୍‌ସର ଆଣ୍ଟିବଡି କେତେକାଂଶରେ ସୃଷ୍ଟି ହୋଇଥାଏ। ଏହି ପ୍ରଣାଳୀକୁ ସେମାନେ ‘କମ୍ପ୍ଲିମେଣ୍ଟ କାଶକେଡ’ ନାମରେ ନାମିତ କରିଛନ୍ତି। ସୁସ୍ଥ ପରିବେଶରେ ଅଧିକାଂଶ ସମୟ ରହିଲେ ସେଥିରେ ଥିବା ତତ୍ତ୍ୱ ଶ୍ୱାସକ୍ରିୟା ଦ୍ୱାରା ଶରୀର ଭିତରକୁ ଯାଇ ସୁସ୍ଥ କୋଷରେ କ୍ୟାନ୍‌ସର ଆଣ୍ଟିବଡି ସୃଷ୍ଟି କରେ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Get real time updates directly on you device, subscribe now.