fbpx

୧୯ ବର୍ଷ ପୂର୍ବେ ତିଆରି ହୋଇଥିବା ପେଣ୍ଟିଂ ବିକ୍ରି ହେଲା ୧୭୭ କୋଟିରେ, ଜାଣନ୍ତୁ କ’ଣ ଥିଲା ଏହାର ଖାସିୟତ

ଗତ ୨୦୦୦ ମସିହାରେ ଜାପାନରେ ଏକ ପେଣ୍ଟିଂ ତିଆରି ହୋଇଥିଲା । ସେ ସମୟରେ ଉକ୍ତ ପେଣ୍ଟିଂର କୌଣସି ମୂଲ୍ୟ ନଥିଲା । ମାତ୍ର ନିକଟରେ ଉକ୍ତ ପେଣ୍ଟିଂର ନିଲାମ ୧୭୭ କୋଟି ଟଙ୍କାରେ ହୋଇଛି । ଏହି ପେଣ୍ଟିଂକୁ ୟୋଶିତୋମୋ ନାମରେ ଜଣେ ଜାପାନୀ ବ୍ୟକ୍ତି ବନାଇଥିଲେ । ଖାସ୍ କଥା ହେଉଛି, ଉକ୍ତ ପେଣ୍ଟିଂକୁ ତିଆରି କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ମାତ୍ର ୧୦ ମିନିଟ୍ ସମୟ ଲାଗିଥିଲା । ବାସ୍ତବରେ ଉକ୍ତ ପେଣ୍ଟିଂ ଥିଲା ଏକ କାର୍ଟୁନ୍ ଗାର୍ଲର, ଯାହାର ଟାଇଟଲ୍ ଦିଆଯାଇଥିଲା ‘ନାଇଫ୍ ବିହାଇଣ୍ଡ ବ୍ୟାକ୍’ । ତେବେ ଏହି ପେଣ୍ଟିଂକୁ କିଣିବା ପାଇଁ ୬ ଜଣ ଲୋକ ନିଲାମ ଡାକିଥିଲେ ।

ଜଣାପଡ଼ିଛି ଯେ, ୧୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ୟୋଶିତୋମୋଙ୍କୁ ଉକ୍ତ ପେଣ୍ଟିଂ ପାଇଁ ବଡ଼ ପରିମାଣର ଅର୍ଥରାଶି ମିଳିଥିଲା, ଯାହାକୁ କି ସେ ବିଶ୍ୱାସ କରିପାରିନଥିଲେ । ପ୍ରଥମରୁ ଏହି ପେଣ୍ଟିଂ ବିକ୍ରି ନେଇ ଯେଉଁ ଅର୍ଥ ରାଶି ସ୍ଥିର କରାଯାଇଥିଲା, ଉକ୍ତ ରାଶିର ୫ ଗୁଣ ଅଧିକ ମୂଲ୍ୟରେ ତାହା ବିକ୍ରି ହୋଇଥିଲା । ଏହି ପେଣ୍ଟିଂକୁ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଦାମୀ ପେଣ୍ଟିଂର ମାନ୍ୟତା ଦିଆଯାଇଛି । ୟୋଶିତୋମୋଙ୍କ ପେଣ୍ଟିଂକୁ ନେଇ ସମଗ୍ର ଏସିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହି ପେଣ୍ଟିଂର ନିଲାମ ଗତ ୨୦୧୯ ମସିହାରେ ହୋଇଥିବା ଜଣାପଡ଼ିଛି । ଏହି ପେଣ୍ଟିଂ ପୂର୍ବରୁ ୟୋଶିତୋମୋ ୧୯୯୯ରେ ଏକ ପେଣ୍ଟିଂ ମଧ୍ୟ ତିଆରି କରିଥିଲେ, ଯାହା ୩୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ସେ ପେଣ୍ଟିଂର ଟାଇଟଲ ରଖାଯାଇଥିଲା ‘ସ୍ଲିପଲେସ ନାଇଟ୍’ ।

Get real time updates directly on you device, subscribe now.