fbpx
BSKY SKY
BSKY SKY

ମହାକାଶରୁ ଖସିଲା ରହସ୍ୟମୟ ଜିନିଷ! ଲୋକେ ଛାନିଆ, ଯାଞ୍ଚରେ ହେଲା ବଡ଼ ଖୁଲାସା

BSKY

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେଠାରେ ଏକ ରହସ୍ୟମୟ ଜିନିଷ ମହାକାଶରୁ ଖସିଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଜିନିଷଟି ଅଚାନକ୍ କେଉଁଠାରୁ ଆସିଲା ବୋଲି କାହାକୁ କିଛି ବୁଝା ପଡ଼ିନଥିଲା । ସୂଚନା ଅନୁସାରେ, ମିକ୍ ମାଇନର୍ସ ମେଣ୍ଢା ଚରାଉଥିବା ବେଳେ ଏକ ତୀକ୍ଷ୍ଣ କଳା ଜିନିଷ ଦେଖିଲେ ଯାହାର ଲମ୍ବ ୯ ଫୁଟରୁ ଅଧିକ ଥିଲା । ପ୍ରଥମେ ତାଙ୍କୁ ଲାଗିଲା କି, ଏହା ଏକ ଜଳିଯାଇଥିବା ଗଛ କିମ୍ବା ଚାଷରେ ବ୍ୟବହୃତ ଯନ୍ତ୍ରପାତି ହୋଇ । ଅବଶ୍ୟ ତାଙ୍କ ଅନୁମାନ ଭୁଲ ହୋଇଗଲା । ପରେ ଜଣାପଡିଲା କି, ଏହି ରହସ୍ୟମୟ ଜିନିଷ ସ୍ପେସଏକ୍ସର ମହାକାଶଯାନର ଏକ ଖଣ୍ଡ । ତାହା ମହାକାଶରୁ ଖସିଆସି ତଳେ ପଡ଼ିଛି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୪୮ ବର୍ଷିୟ ମିକ୍ ମାଇନର୍ସ ନିଜ ଚାଷ ଜମିରେ ଏହି ରହସ୍ୟମୟ ଜିନିଷ ଦେଖିବା ପରେ ଡରି ଯାଇଥିଲେ । ସେ ତାଙ୍କ ଜୀବନରେ ପୂର୍ବରୁ ଏପରି କିଛି ଦେଖିନଥିଲେ । ଏହା ପରେ ସେ ରହସ୍ୟମୟ ଜିନିଷର ଫଟୋ ଉଠାଇ ଅନ୍ୟ ଜଣେ କୃଷକ ବନ୍ଧୁ ଜାକ୍ ୱାଲେସଙ୍କୁ ପଠାଇଲେ । କିଛି ଦିନ ପୂର୍ବରୁ ତାଙ୍କ ଚାଷ ଜମିରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଥିଲା ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ବିବୃତ୍ତିରେ କହିଛି ଯେ, ସ୍ପେସ୍ ଏକ୍ସ ନିଶ୍ଚିତ କରିଛି ଯେ ଗତ ବର୍ଷ ମେ ମାସରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ରୁ -୧ ମିଶନ୍ ଫେରିବା ସମୟରେ ଏହି ରହସ୍ୟମୟ ବସ୍ତୁ ବ୍ୟବହାର କରାଯାଇଥିଲା । ଏହି ଉପକରଣ ଆଉ କାମ କରୁନାହିଁ । ଅଧିକାଂଶ ସ୍ପେସ୍ ବର୍ଜ୍ୟବସ୍ତୁ ପୁନର୍ବାର ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଜଳିଯାଏ ଏବଂ ବଳକା ସମୁଦ୍ରରେ ପଡ଼ିଥାଏ ।

Get real time updates directly on you device, subscribe now.