fbpx

ବହୁ ଗୁଣର ଲବଙ୍ଗ ; ଦାରିଦ୍ର୍ୟଠାରୁ ଆରମ୍ଭ କରି ନଜର ଦୋଷ କାଟିବା ପର୍ଯ୍ୟନ୍ତ, ସମସ୍ତ ସମସ୍ୟା ଦୂର କରେ

ଲବଙ୍ଗ: କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ , ତାହା ନୁହେଁ ଅନେକ ଗୁଣର ଅଧିକାରୀ ଏହି ଲବଙ୍ଗ । ଏଥିରେ ଅନେକ ସକରାତ୍ମକ ଶକ୍ତି ଅଛି ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗ ଅନେକ ପ୍ରତିକାର ପାଇଁ ବ୍ୟବହାର କରାଯାଏ । କୁହାଯାଏ ଯେ ଲବଙ୍ଗରେ ଟଙ୍କା ସମ୍ବନ୍ଧୀୟ ସମସ୍ୟା, ଶାରୀରିକ ଏବଂ ମାନସିକ ଚାପ ଏବଂ ନଜରା ଦୋଷରୁ ମଧ୍ୟ ମୁକ୍ତି ମୁଳେ । ତବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରର ଏହି ପ୍ରତିକାର ବିଷୟରେ ।

– ଯଦି କୌଣସି କାର୍ଯ୍ୟରେ ବାଧା ଉପୁଜେ, ତେବେ ଭଗବାନ ହନୁମାନଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ ଦୀପ ଜଳାନ୍ତୁ ଏବଂ ସେଥିରେ ୨ଟି ଲବଙ୍ଗ ପକାଇ ଆଳତୀ କରନ୍ତୁ । ଏହା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।

– ଯଦି ପିଲାଙ୍କୁ ନଜର ଲାଗିଥିବ ବେତେ ୫ଟି ଲବଙ୍ଗ ନେଇ ୭ ଥର ସିଧା ଏବଂ ୭ ଥର ଓଲଟା କରି ପିଲାଙ୍କୁ ଚାରିପଟେ ବୁଲାଇ ପୋଡି ଦିଅନ୍ତୁ । ଏହା ଦ୍ୱାରା ନଜର ଦୋଷ କଟିଥାଏ ।

– ଯଦି ରାଶିରେ ରାହୁ-କେତୁ ଦୋଷ ଥାଏ, ତେବେ ଆପଣ ପ୍ରତି ଶନିବାର ଦିନ ଲବଙ୍ଗ ଦାନ କରିବା ଉଚିତ୍ । ଏହା ବ୍ୟତୀତ ଶିବଲିଙ୍ଗ ଉପରେ ଲବଙ୍ଗ ମଧ୍ୟ ଚଢାନ୍ତୁ । ଏହା କରିବା ଦ୍ୱାରା ରାହୁ-କେତୁର ଖରାପ ପ୍ରଭାବ କମିଯାଏ ।

– ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯାଉଛନ୍ତି, ଘରୁ ବାହାରିବା ସମୟରେ ୨ଟି ଲବଙ୍ଗକୁ ପାଟିରେ ରଖନ୍ତୁ ଏବଂ ସେଠାରେ ପହଞ୍ଚିଲା ପରେ ପାଟିରେ ଥିବା ଅବଶିଷ୍ଟାଂଶ ଲବଙ୍ଗ ଫିଙ୍ଗି ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣ କାର୍ଯ୍ୟରେ ସଫଳତା ପାଇପାରିବେ ।

-ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଧନ ଦେବୀ ଲକ୍ଷ୍ମୀଙ୍କୁ ନାଲି ଗୋଲାପ ସହିତ ୨ଟି ଲବଙ୍ଗ ପ୍ରଦାନ କରନ୍ତୁ । ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିଥାଏ ଏବଂ ଧନ-ଧାନ୍ୟର ଅଭାବ ହୁଏ ନାହିଁ ।

Get real time updates directly on you device, subscribe now.