fbpx

ପୁଣି ଟ୍ରେନ୍ ରେ ନିଆଁ ; ରାତି ୩ଟାରେ ବଗି ଜଳିଲା

ଆଠଗଡ : କିଛି ଦିନ ମଧ୍ୟରେ ରେଳ ଦୁର୍ଘଟଣା ଓ ଟ୍ରେନ୍ ରେ ନିଆଁ ଲାଗିବା ଭଳି ବାରମ୍ବାର ଦେଖିବାକୁ ମିଳୁଛି । ଆଜି ପୁଣି ଏକ ଟ୍ରେନ୍ ରେ ନିଆଁ ଲାଗିଥିବା ଖବର ଆସିଛି । ରାଧା କିଶୋରପୁର ଷ୍ଟେସନ୍ ରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ ଲାଗିଥିବା ସୂଚନା ମିଳିଛି । କୋଇଲା ଟ୍ରେନ୍ ର ଗୋଟିଏ ବଗିରେ ନିଆଁ ଲାଗିଛି । ରାତି ପ୍ରାୟ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ କିପରି ଲାଗିଥିଲା ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନାଯୋଗ୍ୟ, ଜୁନ୍ ୨ ରେ ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଭଳି ପରିସ୍ଥିତିରେ ଟ୍ରେନ କୁ ନେଇ ବାରମ୍ବାର ଏଭଳି ଖବର ଆସିବା ଉଭୟ ଯାତ୍ରୀବାହୀ ଓ ପାସେଞ୍ଜର ଟ୍ରେନ୍ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟ୍ରେନ୍ ଟି ଷ୍ଟେସନରେ ଠିଆ ହୋଇଥିବା ଅବସ୍ଥାରେ କିଭଳି ନିଆଁ ଲାଗିଲା ବା ସେଥିରେ କେହି ନିଆଁ ଲଗାଇ ଦେଇଥିଲା ତାହାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛି ।

Get real time updates directly on you device, subscribe now.