ନୂଆ ପ୍ରେମିକ ପାଇଁ ପୁରୁଣା ପ୍ରେମିକର ବଳି: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ଆଦରରେ ପ୍ରେମିକକୁ ଡାକି ଛାତିରେ ଫୁଟାଇଲା ଗୁଳି

ଗୋଟିଏ ଯୁବତୀ ମନ ଦେଇ ବସିଲା ୨ ଯୁବକଙ୍କୁ । କିନ୍ତୁ ପ୍ରଥମ ପ୍ରେମିକକୁ ନିଜେ ଦେଲା ।

ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀରେ ତ୍ରିକୋଣୀୟ ପ୍ରେମ କାହାଣୀର କରୁଣ ପରିଣତି ଦେଖିବାମୁ ମିଳିଛି । ହୋଲି ବାହାନାରେ ପ୍ରେମିକକୁ ଡାକି ନିଜେ ହତ୍ୟା କରିଛି ପ୍ରେମିକା ।

ପ୍ରେମିକକୁ ବାହାହେବା ଲାଗି ପ୍ରେମିକା ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପ୍ରେମିକ ଏ କଥା ବି ଜାଣିଥିଲା, ତା’ ପ୍ରେମିକା ତାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛି । ମୃତ ଦିଲଜୀତକୁ ମାରିବା ପାଇଁ ପ୍ରେମିକା ଓ ତା’ ନୂଆ ପ୍ରେମିକ ମିଶି ମାସକ ପୂର୍ବରୁ ଷଡଯନ୍ତ୍ର କରିଥିଲେ ।

ସେହି ଯୋଜନା ମୁତାବକ ଦୁହେଁ ମାର୍ଚ୍ଚ ୧୪ ହୋଲି ଦିନ ରାତିରେ ଏକ ଘର ସାମ୍ନାକୁ ଡକେଇଦେଲେ । ବାଇକରେ ବସିଥିବା ଦଲଜୀତଙ୍କ ପାଖ ଦେଇ ସ୍କୁଟିରେ ଜଣେ ଯୁବକ ଗଲାବେଳେ ତାଙ୍କ ଛାତିରେ ଗୁଳି ଫୁଟେଇ ଦେଇଥିବା ପୋଲିସ କହିଛି ।

ଘଟଣାସ୍ଥଳରେ ଦଲଜୀତଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମିକା ଓ ଅଭିଯୁକ୍ତ ଦୁହେଁ କିଛିଦିନ ଧରି ଫେରାର୍ ହୋଇଗଲେ । କିନ୍ତୁ ଘଟଣାର ଛାନଭିନରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଉଭୟ ଲଭରଙ୍କ ସମେତ ପୋଲିସ ଆଉ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି ।

ବର୍ତ୍ତମାନ ସୁଦ୍ଧା ପୋଲିସ ବନ୍ଧୁକ ଜବତ କରିପାରି ନଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।