fbpx

BIG BREAKING…ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଚାରମାଳ ଉପରୁ ହାମୁଡେଇ ପଡ଼ିଗଲେ ବଳଭଦ୍ର

ପୁରୀ: (ଓଡ଼ିଶା ଭାସ୍କର) ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ । ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ତାଳଧ୍ୱଜ ରଥର ଚାରମାଳ ଉପରୁ ହାମୁଡେଇ ପଡ଼ିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା ପାଞ୍ଚ ସେବାୟତ ଆହତ ହୋଇଥିବା ସୂଟନା । ଆହତ ସେବାୟତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଏପରି ଅଘଟଣ କୋଟି କୋଟି ଓଡ଼ିଆଙ୍କ ମନରେ କୋଉଠି ନା କୋଉଠି ଆଘାତ ପହଞ୍ଚାଇଛି । କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ହେଲା ତାହା ଏବେଯାଏଁ ସମୀକ୍ଷା କରାଯାଇ ନାହିଁ ।

ଚାରମାଳ ବନ୍ଧା ହେବାରେ ତ୍ରୁଟି ରହିଲା କିମ୍ୱା ପହଣ୍ଡି ସେବାୟତଙ୍କ ପହଣ୍ଡି ସମୟରେ ତ୍ରୁଟି ରହିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ସୂଚନା ଅନୁସାରେ ଅହତ ହୋଇଥିବା ପାଞ୍ଚ ଜଣ ସେବାୟତଙ୍କୁ ଆମ୍ୱୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଛି । ଏହି ଘଟଣା ଉଭୟ ଶ୍ରଦ୍ଧାଳୁ-ସେବାୟତଙ୍କ ମନରେ ଆଘାତ ସୃଷ୍ଟି କରିଛି । ଏହି ଅଘଟଣକୁ ନେଇ ପୁରୀ ମନ୍ଦିର ପ୍ରଶାସନ, ଗଜପତି ମହାରାଜା, ସେବାୟତ ସଙ୍ଘ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.