‘Courier Delivery Agent’ ସାଜି ଘରେ ପଶିଲା ବ୍ୟକ୍ତି, ୨୫ ବର୍ଷର ଯୁବତୀଙ୍କ ସହ କଲେ ଦୁଷ୍କର୍ମ
ଘରେ ପଶି ୨୫ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଜଣେ ଅଜ୍ଞାତ ବ୍ୟକ୍ତି ‘କୋରିୟର ଡେଲିଭରୀ ଏଗଜୁକୁଟିଭ’ ସାଜି ଏଠାରେ ଏକ ଫ୍ଲାଟରେ ପଶି ୨୫ ବର୍ଷର ଯୁବତୀଙ୍କ ସହ ଦୁଷ୍କର୍ମ କରିଛନ୍ତି। ପୋଲିସ ଆଜି ଏହି ସୂଚନା ଦେଇଛି। ପୋଲିସ କହିବାନୁଯାୟୀ, ଏହି ଘଟଣା ବୁଧବାର ଦିନ ସଂଧ୍ୟା ୭ଟା ୩୦ ସୁଧା ଘଟିଥିଲା।
ପ୍ରାରମ୍ଭିକ ସୂଚନାନୁଯାୟୀ, ମହିଳାଙ୍କ ଭାଇ କୌଣସି କାମରେ ବାହାରକୁ ଯାଇଥିଲା ଏବଂ ସେ ଫ୍ଲାଟରେ ଏକା ଥିଲେ। ସଂଧ୍ୟା ସାଢେ ସାତଟା ସୁଧା ଜଣେ ବ୍ୟକ୍ତି ଜିନିଷ ଧରି ପହଞ୍ଚିଥିଲେ।
ଏଠାରେ ସେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପୋଲିସ ଅଧିକାରୀ କହିଛନ୍ତି ଯେ, ଏଭଳି କୁହାଯାଉଛି ଯେ; ବ୍ୟକ୍ତିଜଣକ ଅପରାଧ କରିବା ପୂର୍ବରୁ ଯୁବତୀଙ୍କ ଉପରେ ସ୍ପ୍ରେର ବ୍ୟବହାର କରିଥିଲେ, ହେଲେ ଏହି କଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ, ଘଟଣାର ଯାଞ୍ଚ କରାଯାଉଛି।
ଏହି ସବୁ ଘଟଣା ପରେ ପୀଡ଼ିତାଙ୍କ ମୋବାଇଲେ ଗଲା ସମୟରେ ଅଭିଯୁକ୍ତଜଣଖ ସେଲ୍ଫି ନେଇଛନ୍ତି ଏବଂ କହିଛନ୍ତି ଯେ, ସେ ପୁଣି ଆସିବେ। ଏହି ଘଟଣା ପରେ ପୀଡ଼ିତାଙ୍କ ଅଭିଯୋଗ ପୋଲିସ ଥାନାରେ ପହଞ୍ଚିଛି। ଏଥିସହ ପୋଲିସ ସୋସାଇଟିରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅପରାଧୀଙ୍କୁ ଖୋଜିବାରେ ଲାଗିଛି।