fbpx

VIDEO: କବାଡିଆରେ କିଣିଲେ ୮୦ଲକ୍ଷ ଟଙ୍କାର ଉଡାଯାହାଜ, ସେଥିରେ ବନାଇଲେ ଘର, ଭଡ଼ା ଦେଉଛନ୍ତି ମାସିକ ୩୦ହଜାର

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ଏକ ବଡ଼ କଥା ଏବଂ ଏହି କଥାକୁ ଜଣେ ବ୍ୟକ୍ତି ପ୍ରମାଣ କରି ଦେଖାଛନ୍ତି । ସେ ୮୦ଲକ୍ଷ ଟଙ୍କା ଦେଇ କବାଡ଼ିଆରେ ଏକ ଏରୋପ୍ଲେନ କିଣିଛନ୍ତି ଏବଂ ସେଥିରେ ଘର ବନାଇଛନ୍ତି । ଏହି ଏରୋପ୍ଲେନ ହୋମରେ ରହିବା ପାଇଁ ଜଣେ ବୃଦ୍ଧ ବ୍ୟକ୍ତି ମାସକୁ ୩୦ ହଜାର ଭଡ଼ା ମଧ୍ୟ ଦେଉଛନ୍ତି । ଟଙ୍କା ଖର୍ଚ୍ଚକରି ଇଲେକଟ୍ରିକାଲ ଇଞ୍ଜିନିୟର, ୭୩ବର୍ଷର ବ୍ରୁସ କାମ୍ପବେଲ ବୋଇଙ୍ଗ ୭୨୭ ଜାଟଲାଇନର ପ୍ଲେନକୁ ଘର ରୂପରେ ମୋଡ଼ିଫାଏ କରିଛନ୍ତି । ବ୍ରୁସ ଏହି ପ୍ଲେନକୁ ୧୯୯୯ରେ କବାଡ଼ିଆ ଖାନାରୁ କିଣିଥିଲେ । ଏହି ପ୍ଲେନର ଲମ୍ବା ୧୦୬୬ ଫିଟ ଏବଂ ଏହାର ଓଜନ ୩୨ ହଜାର କିଲୋଗ୍ରାମ ଅଟେ । ଏହି ପ୍ଲେନ ନିଜ ସମୟରେ ବହୁ ଅର୍ଥ ରୋଜଗାର କରିଥିଲା । ଏଥିରେ ଯାତ୍ରୀ ମାନଙ୍କ ପାଇଁ ୨୦୦ ସିଟ୍ ରହିଥିଲା । ଘର ବନାଇବା ପାଇଁ ବ୍ରୁସଙ୍କୁ ୧୫ଲକ୍ଷ ଖର୍ଚ୍ଚ କରିବାକୁ ପଡିଥିଲା । ଏହି ପ୍ରୋସେସ ପାଇଁ ୨ବର୍ଷ ସମୟ ମଧ୍ୟ ଲାଗିଥିଲା ।

ତେବେ ବ୍ରୁସ ଯେଉଁ ୩୦ହଜାର ଭଡ଼ା ଦେଉଛନ୍ତି, ତାହା ଜାଗା ଏବଂ ଲାଇନ ବିଲ ଅଟେ । ଏହି ପ୍ଲେନରେ ଘର ପାଇଁ ଜରୁରୀ ଜିନିଷ ଯେପରି ଗାଧୋଇବା ପାଇଁ ସାୱାର, ରୋଷେଇଘର, ମାଇକ୍ରୋଓଭାନ, ଫ୍ରିଜ ଅନ୍ତର୍ଭୁକ୍ତ ଅଛି । ସେ କହିଛନ୍ତି ମୁଁ ଏହାକୁ ୮୦ ଲକ୍ଷ ଟଙ୍କା ଦେଇ କବାଡ଼ ଖାନାରୁ କିଣିଥିଲି । ଏଥିରେ ଅନେକ କିଛି କାମ କରୁନି ସତ ହେଲେ ପ୍ଲେନର କିଛି ଅଂଶ ଆଜି ମଧ୍ୟ କାମ କରୁଛି ।

ଏହି ବିମାନ ଶେଷ ଥର ପାଇଁ ୧୯୭୫ରେ ଏୟାରଲାଇନର ମାଲିକ ଆରିଷ୍ଟୋଟଲ ଆନାସିସଙ୍କ ମୃତ ଦେହକୁ ନେବା ପାଇଁ କରାଯାଇଥିଲା । ଓନାସିସ ଏକ ପ୍ରସିଦ୍ଧ ବିଜନେସ ମ୍ୟାନ ଥିଲେ । ଯାହାଙ୍କର ବିବାହ ଆମେରିକାର ପୂର୍ବ ଫର୍ଟ ଲେଡ଼ି ଜ୍ୟାକଲିନ କେନେଡ଼ୀ ଓନାସିସଙ୍କ ସହ ହୋଇଥିଲା ।

ପ୍ଲେନକୁ ଯେତେବେଳେ ବ୍ରୁସ କିଣିଥିଲେ ସେତେବେଳେ ଏହା ଉଡ଼ି ଗ୍ରୀସରୁ ଆମେରିିକା ଆସିଥିଲା । ଏହାପରେ ପ୍ଲେନ ହିଲ୍ସବୋର ସହରରେ ଆସି ପହଁଚିଥିଲା । ପ୍ଲେନ ଯେତେବେଳେ ବ୍ରୁସଙ୍କ ଜାଗାରେ ପହଁଚିଥିଲା ଏଥିରୁ ଏହାର ଇଞ୍ଜିନ ଏବଂ ଅନ୍ୟ କିଛି ଜିନିଷ ବାହାର କରାଯାଇଥିଲା ।
ବ୍ରୁସଙ୍କୁ ବର୍ତ୍ତମାନ ୭୪ବର୍ଷ ହୋଇସାରିଲାଣି । ସେ ଏହି ଭିଡ଼ିଓରେ କହିଛନ୍ତି ଯେ, ୧୫ବର୍ଷରେ ସେ ଟିଭିରେ ଏରୋପ୍ଲେନ ବୋର୍ନୟାର୍ଡ ଦେଖିଥିଲେ, ଏହାପରେ ସେ ସିଦ୍ଧାନ୍ତ ନେଇଥିଲେ ଯେ, ନିଜେ ଏକ ପ୍ଲେନ କିଣିବେ ଏବଂ ଏରୋପ୍ଲେନ ବୋର୍ନୟାଡ୍ ଯାଗାରେ ରଖିବେ । ବୋର୍ନୟାଡ଼ ହେଉଛି ସେହି ଯାଗା ଯେଉଁଠାରେ ଅଚଳ ପ୍ଲେନକୁ ସେଠାରେ ରଖାଯାଇଥାଏ ।

ସେ କହିଛନ୍ତି ଯେ, କେତେକ ଭିଜିଟର ଏରୋପ୍ଲେନ ଭିଜିଟର ତାଙ୍କ ଏହି ପ୍ଲେନକୁ ଦେଖିବାକୁ ଆସନ୍ତି । ନୂଆକରି ଯେଉଁମାନେ ଏଠାକୁ ଆସନ୍ତି ବୁଲିବାକୁ ସେ ଏହାକୁ ଦେଖି ବହୁତ ଖୁସି ହୁଅନ୍ତି । ସେ ସେହି ପ୍ଲେନରେ ସବୁବେଳେ ରୁହନ୍ତି ନାହିଁ, କାରଣ କେତେବେଳେ ସେ ଆମେରିକାରେ ରୁହନ୍ତି ତ କେତେବେଳେ ଜାପାନରେ ନିଜ ସ୍ତ୍ରୀ ସହ ରୁହନ୍ତି ।

Get real time updates directly on you device, subscribe now.