fbpx

ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ପ୍ରଧାନମନ୍ତ୍ରୀଙ୍କ ଆଡକୁ ଧାଇଁ ଆସିଲେ ଜଣେ ଯୁବକ

କର୍ଣ୍ଣାଟକ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଦେଖାଦେଲା ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ ରାଲୀ ସମୟରେ ଜଣେ ଯିୁବକ ମୋଦିଙ୍କ ଆଡକୁ ଧାଇଁ ଆସିଥିବା ଦେଖିବାକୁ ମିଳିଛି । ମାତ୍ର ୩ ମାସରେ ଦୁଇ ଥର ଏପରି ଘଟଣା ଘଟି ଯାଇଛି । ତେବେ ଏହାପରେ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ତେବେ ମୋଦିଙ୍କ ଆଡକୁ ଆସୁଥିବା ବ୍ୟକ୍ତିକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କେତେ ସୁରକ୍ଷିତ ତାହାକୁ ନେଇ ଆଲୋଚନା ଜୋର ଧରିଛି ।

କର୍ଣ୍ଣାଟକ ଦାବଣଗେରେ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ଏକ ଶୋଭାଯାତ୍ରା ଏଭଳି ଏକ ଘଟଣା ଦେଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବାହାରୁଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଜନାରଣ୍ୟ ହୋଇଥିଲା । ଏହା ମଧ୍ୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଆଡକୁ ଧାଇଁ ଆସିବା ସହ ମୋଦିଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ତେବେ ପିଏମଙ୍କ ଗାଡି ନିକଟରେ ପହଞ୍ଚିବା ସମୟରେ ସୁରକ୍ଷାକର୍ମୀଙ୍କୁ ତାଙ୍କୁ କାବୁ କରି ନେଇଛନ୍ତି । ତେବେ ଦେଶର ପ୍ରଧାନମନ୍ତ୍ରୀଙ୍କ ଏତେ ନିକଟରେ ପହଞ୍ଚିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାଦ୍ୱାରା ସବୁଠୁ ବଡ ପ୍ରଶ୍ନ ଏବଂ ବିବାଦର ଶିକାର ପାଲଟିଛି ସୁରକ୍ଷା ଏଜେନ୍ସି । ବର୍ତ୍ତମାନ ଯୁବକଙ୍କୁ ଗିରଫ କରାଯିବା ସହ ପଚରାଉଚରା କରାଯାଉଛି ଏବଂ ତାଙ୍କ ବିଷୟରେ ଅଦିକ ସୂଚନା ପାଇଁ ଖୋଳତାଡ କରୁଛି ପୋଲିସ ।

Get real time updates directly on you device, subscribe now.