fbpx

ବଡ଼ ଖବର: ପୁଣି PM ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ମାଡ଼ି ଆସିଲେ ଜଣେ ଯୁବକ

ନୂଆଦିଲ୍ଲୀ: ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଗସ୍ତ ଅବସରରେ ସୁରକ୍ଷା କାରଣରୁ ମୋଦୀଙ୍କ କାର କେଡକୁ ଏକ ଫ୍ଲାଏଓଭର ଉପରେ ଅଟକାଇବାକୁ ପଡ଼ିଥିଲା । ଏହି ଘଟଣାକୁ ନେଇ ସେ ସମୟରେ ସାରା ଦେଶରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲ । ଉକ୍ତ ଘଟଣା ଆଜି ପର୍ଯ୍ୟନ୍ତ ମଧ୍ୟ ବିଚାରାଧୀନ ରହିଛି । ଏଥିସହିତ ମୋଦୀଙ୍କ ନିକଟକୁ ଅନେକ ସମୟରେ କିଛି ଅଜଣା ବ୍ୟକ୍ତି ମଧ୍ୟ ଯିବାକୁ ପ୍ରୟାସ କରିଥାନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଆଜି ପୁଣି ଏକ ବଡ଼ ଘଟଣା ଘଟିଯାଇଛି । ପିଏମ୍ ମୋଦୀ ବର୍ତ୍ତମାନ କର୍ଣ୍ଣାଟକ ଗସ୍ତରେ ଯାଇଥିବା ସମୟରେ ସେଠାରେ ତାଙ୍କର ସୁରକ୍ଷାକୁ ନେଇ ତ୍ରୁଟି ପରିଲକ୍ଷିତ ହୋଇଛି । ଜଣେ ଅଜଣା ଯୁବକ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ମାଡ଼ି ଆସିଥିଲା । ଠିକ୍ ଏହି ସମୟରେ ସୁରକ୍ଷାକର୍ମୀମାନେ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲେ । ଗତ ତିନି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ରାଲି ଅବସରରେ ଦ୍ୱିତୀୟ ଥର ପାଇଁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଜଣେ ଯୁବକ ମୋଦୀଙ୍କ ଆଡ଼କୁ ଦୌଡ଼ିବାକୁ ପ୍ରୟାସ କରୁଥିଲା । ଏହି ସମୟରେ ସେଠାରେ ମୁତୟନ ଥିବା ପୋଲିସ କର୍ମୀମାନେ ଉକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ । ଏବେ ଉକ୍ତ ଯୁବକଙ୍କୁ ପଚରାଉଚରା କରାଯାଉଛି । ଦାବଣଗେରେ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ସେଠାରେ ମୋଦୀଙ୍କର ଏକ ରୋଡ଼ ଶୋ’ ଆୟୋଜିତ କରାଯାଇଥିବା ବେଳେ ରାସ୍ତାର ଉଭୟ ପାଖରେ ଭିଡ଼ ଜମିବା ସହ ନାରାବାଜୀ ଦେଖିବାକୁ ମିଳିଥିଲା । ଏହି ଅବସରରେ ଯୁବକ ଜଣଙ୍କ ଏପରି କାରନାମା କରିଥିଲେ ।

Get real time updates directly on you device, subscribe now.