fbpx

(Video) ଏଇ ଯୁବକଟି ରାସ୍ତା ଉପରେ ଦୀପିକାଙ୍କ ହାତକୁ ଟାଣୁଛି କାହିଁକି: ଏଇଟା ତ୍ରିକୋଣୀୟ ପ୍ରେମ ନା ଦୀନେଶଙ୍କ ଚାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୬ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜର ପୁଅକୁ ଧରି ଦୀପିକା ନ୍ୟାୟ ପାଇଁ ପଡ଼ି ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ଦୀପିକା କହିଛନ୍ତି । କିଛିଦିନ ପୂର୍ବରୁ ଦିନେଶ ମିଡ଼ିଆ ସାମ୍ନାକୁ ଆସିଥିବା ବେଳେ ସେ ଆଇନ ଅନୁଯାୟୀ ଚାଲୁଛନ୍ତି ପ୍ରତିକ୍ରିୟା ଦେଇଥିଲେ ।

ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ନୂଆ ଭିଡିଓ । ଭିଡିଓରେ ଜଣେ ବ୍ୟକ୍ତି ଦୀପିକାଙ୍କୁ ଟଣାଓଟରା କରୁଛନ୍ତି । ଲାଗୁଛି ଉକ୍ତ ବ୍ୟକ୍ତି ଜଣଙ୍କ ଦୀପିକାଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଛନ୍ତି । ଦୀପିକା ରାସ୍ତାରେ ସ୍କୁଟି ସହ ଛିଡ଼ା ହୋଇଥିବା ବେଳେ ବ୍ୟକ୍ତି ତାଙ୍କୁ ଏପରି ହରକତ କରିଥିଲେ । ରାସ୍ତାରେ ଏକ କାର ଛିଡ଼ା ହୋଇଥିବା ବେଳେ ଦୀପିକା ସ୍କୁଟିରେ ବସିଥିଲେ । ଏହି ସମୟରେ ଜଣେ ଯୁବକ ଦୀପିକାଙ୍କ ହାତକୁ ଟାଣି ନେବାକୁ ଉଦ୍ୟମ କରୁଥିଲେ । ମାତ୍ର ଦୀପିକା ତାଙ୍କ ସହ ଯିବାକୁ ଇଚ୍ଛା ପ୍ରକାଶ କରିନଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ବ୍ୟକ୍ତି ଜଣଙ୍କ କିଏ? କ’ଣ ରହିଛି ତାଙ୍କର ଦୀପିକାଙ୍କ ସହିତ ସମ୍ପର୍କ? ଏହା ତ୍ରିକୋଣୀୟ ପ୍ରେମ କାହାଣୀ ନୁହେଁ ତ? ନା ଦୀପିକାଙ୍କୁ ହଇରାଣ କରିବା ପାଇଁ ଦୀନେଶଙ୍କର ଏକ ଚାଲ୍ । ଏପରି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଦୀନେଶଙ୍କ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ଦୀପିକା ବର୍ଷାରେ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ବେଳେ ଦୀନେଶ ହୋଟେଲରେ ଯୁବତୀଙ୍କ ସହ ଡ୍ୟାନ୍ସ ମସ୍ତି କରୁଥିବା ଭିଡିଓରେ ଦେଖାଯାଇଥିଲା । ଅନ୍ୟ ଏକ ଭିଡିଓରେ ଦୀନେଶ ଯୁବତୀଙ୍କ ପ୍ରପୋଜ୍ କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.