ନୂଆଦିଲ୍ଲୀ : ମହାକାଶରେ ଆଉ ଏକ ନୂଆ ଗ୍ରହ ଦେଖା ଯାଇଛି । ଯାହା ଜୁପିଟର ଆକାରର । ସୂଚନା ଅନୁସାରେ, ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ, ଯାହାର ନା ହେଉଛି ଜେମ୍ସ ୱେବ ସ୍ପେସ ଟେଲିସ୍ପୋପ (JWST) ଯାହା ଯୁପିଟର ଆକାରର ଏକ ରହସ୍ୟ ଗ୍ରହର ସନ୍ଧାନ ପାଇଛି । ଦେଖିବାକୁ ମିଳିଛି ଏହି ରହସ୍ୟମୟ ଗ୍ରହ ମହାକାଣରେ ଏକାକୀ ରହିଛି ଏହା ତାରାମାନଙ୍କ ନିକଟରେ କିମ୍ବା କୌଣସି ସୌରମଣ୍ଡଳରେ ଅବସ୍ଥିତ ନୁହେଁ ।
ଏହାକୁ ”JuMBOs” ନାମ ଦିଆଯାଇଛି । ଏହି ଛୋଟ ଅବଷ୍ଟ୍ରାକଲ ତାରା ହେବା ପାଇଁ ବହୁତ ଛୋଟ । କିନ୍ତୁ ଏହି ଅବଷ୍ଟ୍ରାକଲ କୌଣସି କକ୍ଷ ପଥରେ ଘୁରୀବୁଲୁ ନାହାନ୍ତି । ଏବେ ଏହି ଅବଷ୍ଟ୍ରାକଲ ବୈଜ୍ଞାନିକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ୟୁରୋପିୟ ମହାକାଶ ଏଜେନ୍ସି ଟିମ ଏହାର ଉତ୍ପତି ବିଷୟରେ ସ୍ପଷ୍ଟି କରଣ ଦେଇଛି । ଏହି ଅବଷ୍ଟ୍ରାକଲ ସେଠାରେ ନିର୍ମାଣ ହୋଇଛି ଯେଉଁଠାରେ ତାରା ନିର୍ମାଣ ପକ୍ରିୟା ହୋଇଥାଏ ।
ଅନ୍ୟ କାଣ ହେଉଛି ଏହାର ଉତ୍ପତିର ଏହା ତାରା ମାନଙ୍କ ଚର୍ତୁପାଶ୍ୱରେ ନିର୍ମାଣ ହୋଇଛି କିନ୍ତୁ ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁଁ ଏହା ସୌରମଣ୍ଡଳରୁ ବାହାରକୁ ବାହାରି ଯାଇଛି । ଏଥିରେ ଅନେକ ଗ୍ୟାସ ଫିଜିକ୍ସ ରହିଛି । ୟୁରୋପିୟ ମହାକାଶ ଗବେଷଣା କେନ୍ଦ୍ର କହିଛି ଏହା ଏକ ରହସ୍ୟ ହୋଇ ରହିବ । ମହାକାଶରେ ତାରା ଆଷ୍ଟ୍ରଏଡକୁ ନେଇ ଅନେଗ ଗତିବିଧି ହୋଇଥାଏ । ତେବେ ଏହି ଟେଲିସ୍କୋପ ବୈଜ୍ଞାନୀକ ମାନଙ୍କୁ ଅଧିକ ସୂଚନା ଦେବ । ଏହା ପ୍ରଥମେ ଆକାଶ ଗଙ୍ଗାର ସନ୍ଧାନ ପାଇଥିଲା । ଏହି ଟେଲିସ୍କୋପ୨୦୧୨ରେ ଲଞ୍ଚ କରାଯାଇଥିଲା । ଏବଂ ୨୦୨୨ରେ ଏଥିରେ କାମ ଆରମ୍ଭ କରାଗଲା । ଏହା ୱେବ ହବଲ ଟେଲିସ୍କୋପରୁ ୧୦୦ ଗୁଣ ଅଧିକ ଶକ୍ତିଶାଳୀ ।