fbpx

ମଙ୍ଗଳ ଗ୍ରହରେ ସୃଷ୍ଟି ହେବ ନୂଆ ସହର! ୧୦ ଲକ୍ଷ ଲୋକଙ୍କ ପଠାଯିବ ମହାକାଶ… ଜାଣନ୍ତୁ ପ୍ଲାନ

ନୂଆଦିଲ୍ଲୀ: ପୃଥିବୀ ପରେ ଏବେ ମଙ୍ଗଳ ଗ୍ରହରେ ସୃଷ୍ଟି ହେବ ନୂଆ ସହର । ନୂଆ ଗ୍ରହରେ ଗଢି ଉଠିବ ଜନବସତି । ଖୁବ ଶୀଘ୍ର ମଙ୍ଗଳ ଗ୍ରହରେ ବି ଜୀବନଯାପନ କରିହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ପୃଥିବୀ ପରେ ମଙ୍ଗଳ ଗ୍ରହରେ ମଧ୍ୟ ନିଜର ରାଜ୍ ଆରମ୍ଭ କରିବା ପାଇଁ ପ୍ଲାନ କରୁଛନ୍ତି ‘X’ ପୂର୍ବତନ ସିଇଓ ଏଲନ୍ ମସ୍କ । ମଙ୍ଗଳ ଗ୍ରହକୁ ଯାଇ ସେଠାରେ ଏକ ନୂଆ ସହର ନିର୍ମାଣ କରିବା ପାଇଁ ଏଲନ୍ ମସ୍କ ପ୍ରସ୍ତୁତି ଆରମ୍ଭ କରି ଦଇଛନ୍ତି । ମାତ୍ର ୨ ବର୍ଷ ମଧ୍ୟରେ ସର୍ବବୃହତ୍ ରକେଟ ଷ୍ଟାରସିପ୍ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଯୋଜନା ଜାରି ରହିଛି ।

ମଙ୍ଗଳକୁ ଯିବାର ପ୍ଲାନକୁ ନେଇ ଏଲନ୍ ମସ୍କ କହିଛନ୍ତି ଯେ, ଯଦି ଏହି ମେସିନ୍ କ୍ରୁ୍ୟ ମେମ୍ବରଙ୍କ ବିନା ସଫଳ ହଏ, ତେବେ ଅଗାମୀ ୪ ବର୍ଶ ମମଧ୍ୟରେ ମାନବ ମିଶନ ପଠାଯିବ । ଏ ନେଇ ସ୍ପେସଏକ୍ସ ମୁଖ୍ୟ କହିଛନ୍ତି ଯେ, ସଫଳ ମିଶନ୍ ପରେ ମଙ୍ଗଳ ମିଶନକୁ ଆହୁରି ତୀବ୍ର କରାଯିବ ଏବଂ ସବୁକିଛି ଠିକ୍ ରହିଲେ ୨୦ ବର୍ଷରେ ମଙ୍ଗଳରେ ଏକ ନୂଆ ସହର ସୃଷ୍ଟି ହୋଇପାରିବ । ଏ ନେଇ ଏକ ଅଦ୍ଭୁତ ଯୋଜନା ରଖିଛନ୍ତିି ଏଲନ୍ ମସ୍କ । ମଙ୍ଗଳ ଗ୍ରହରେ ଏକ ସାଙ୍ଗରେ ଜନବସତି ସମ୍ଭାବନାକୁ ନେଇ ଯେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆମକୁ କେବଳ ଗୋଟିଏ ଗ୍ରହରେ ରହିବା ଉିତ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

ସ୍ପେସ୍ ଏକ୍ସ ନିକଟରେ ଏହାର ୪୦୦ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାରସିପର ତୃତୀୟ ପରୀକ୍ଷଣ ଉଡ଼ାଣ ଭାରୀ ବୁଷ୍ଟର୍ ସହିତ ଲଞ୍ଚ କରିଛି । ଷ୍ଟାରସିପରେ ଏକ ବିରାଟ ବୁଷ୍ଟର୍ ରହିଛି, ଯାହାକୁ ସୁପର ହେଭି କୁହାଯାଏ । ଏହାର ଉପର ଭାଗରେ ଏକ ମହାକାଶ ଯାନ ମଧ୍ୟ ରହିଛି, ଯାହାକୁ ଷ୍ଟାରସିପ୍ କୁହାଯାଏ । ସ୍ପେସ୍ ଏକ୍ସର ସିଇଓ ଅତିକମରେ ୧୦ ଲକ୍ଷ ଲୋକଙ୍କୁ ମଙ୍ଗଳ ଗ୍ରହ ପଠାଇବାକୁ ଯୋଜନା କରୁଛନ୍ତି। ତେବେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ରବିବାର କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ କ୍ରୁ୍ୟ ମେମ୍ବରଙ୍କ ବିନା ମଙ୍ଗଳ ଗ୍ରହକୁ ପ୍ରଥମ ଷ୍ଟାରସିପ୍ ମିଶନ୍ ଆରମ୍ଭ ହେବ। ଷ୍ଟାରସିପ୍ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ । ଏହା ମନୁଷ୍ୟକୁ ଚନ୍ଦ୍ର ଏବଂ ପରେ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ବ୍ୟବହୃତ ହେବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଥିବା ଏକ ପୋଷ୍ଟରେ ଟେକ୍ ବିଲିୟନେୟାର କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ପ୍ରଥମ ଷ୍ଟାରସିପ୍ ଲଞ୍ଚ କରାଯିବ। ମଙ୍ଗଳ ଗ୍ରହରେ ଅବତରଣ କରିବାର ବିଶ୍ୱସନୀୟତା ପରୀକ୍ଷା କରିବାକୁ ଏଗୁଡିକ ଅନ୍ତର୍ଭୂକ୍ତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, “ଲକ୍ଷ୍ୟ ହେଉଛି ପ୍ରାୟ ୨୦ ବର୍ଷ ମଧ୍ୟରେ ଏକ ସହର ନିର୍ମାଣ, ଯାହା ଏହାର ଆବଶ୍ୟକତା ପୂରଣ କରିପାରିବ। ଆସନ୍ତା ବର୍ଷରେ କିଛି ଗ୍ରହରେ ମାନବ ଜୀବନ ଆରମ୍ଭ କରିବା ପାଇଁ ମଧ୍ୟ ପ୍ରସ୍ତୁତି ହେବ।”

Get real time updates directly on you device, subscribe now.