fbpx

(Video) ମାର୍କେଟକୁ ଆସିଲା ଏକ ଅଜବ ପ୍ରକାରର ପରିବା: ଆଖି ଅଛି ଥଣ୍ଟ ବି ଅଛି, ଅବିକଳ ରାଜହଂସୀ ପରି ଦେଖାଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଆଶ୍ଚର୍ଯ୍ୟଜନକ ଫଳ, ଫୁଲ, ପନିପରିବା ଆଦି ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ଅଜବ ଧରଣର ପରିବାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି । ହଂସ ଭଳି ଅବିକଳ ଦେଖାଯାଉଥିବା ଏହି ପରିବାକୁ ଦେଖିବାକୁ ଏବେ ଲୋକଙ୍କର ଭିଡ଼ ଲାଗିଛି । ରାଜହଂସୀ ପରି ଦେଖାଯାଉଥିବା ଏହି ପରିବା ଅନ୍ୟ କେଉଁଠି ନୁହେଁ, ରାଜ୍ୟର ବାରିପଦା ଅଞ୍ଚଳରେ ଦେଖିବାକୁ ମିଳିଛି ।

ହଂସ ଭଳି ଅବିକଳ ଦେଖାଯାଉଥିବା ଏହି କନ୍ଦମୂଳର ଓଜନ ୧୯ କେଜି ହୋଇଥିବା ବେଳେ ତାହାକୁ ଦେଖିବାକୁ ଲୋକମାନେ ଭିଡ଼ ଜମାଉଛନ୍ତି । ସାଧାରଣ ଭାବେ ମାର୍କେଟକୁ ଲୋକମାନେ ପରିବା କିଣିବାକୁ ଯାଉଥିବା ବେଳେ ଏହି ଅଦ୍ଭୂତ ପରିବାକୁ ଦେଖି ଲୋକମାନେ ଅଡ଼ୁଆରେ ପଡ଼ିଯାଇଥିଲେ । ରବିବାର ଦିନ ପରିବା ମାର୍କେଟରେ ପ୍ରବଳ ଭିଡ଼ ଜମିଥିବା ବେଳେ ଲୋକମାନେ ଏପରି ଏକ ଅଜବ ପ୍ରକାରର ପରିବାକୁ ଦେଖି ଚକିତ ହୋଇଯାଇଥିଲେ ।

ଗୋଟିଏ ପରିବା ଦୋକାନରେ ଭେଣ୍ଡି, ଜହ୍ନି, କଲରା, କଖାରୁ ବାଇଗଣ, କୋବି ଆଦି ବିଭିନ୍ନ ପ୍ରକାରର ପରିବାର ଥୁଆ ହୋଇଥିଲେ ହେଁ ସଭିଙ୍କ ନଜର ପଡ଼ିଥିଲା ଏହି ରାଜହଂସୀ କନ୍ଦମୂଳ ଉପରେ । ଏହା ପରିବା ନା ଆଉ କ’ଣ, ଏହା କେଉଁଥିରେ ତିଆରି ହୋଇଛି, ଏହା କେଉଁଠୁ ଆସିଲା ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଥିଲା । ଲୋକମାନେ ପରିବା କିଣିବେ କ’ଣ ଏହି କନ୍ଦମୂଳ ପାଖରେ ଛିଡ଼ାହୋଇ ଫଟୋ ଉଠାଇବାରେ ଲାଗିପଡ଼ିଥିଲେ ।

Get real time updates directly on you device, subscribe now.