fbpx

ଶୋଇବାରେ ଅନିୟମିତତା ହୋଇପାରେ କାର୍ଡିଓଭାସ୍କୁଲାର ର କାରଣ, ଜାଣନ୍ତୁ କିପରି

ସୁସ୍ଥ ଶରୀର ପାଇଁ ଠିକଭାବରେ ଖାଇବା ପିଇବା ଓ ନିତ୍ୟକର୍ମ ସହିତ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଖରାପ ଜୀବନଶୈଳୀ ଏବଂ ଚାପ ଲୋକଙ୍କ ଶୋଇବାରେ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟିଛି । ନିକଟରେ ଗବେଷକ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ରିସର୍ଚ୍ଚ ଦ୍ୱାରା ଜଣା ପଡିଛି ଯେ ୬ରୁ ୮ ଘଣ୍ଟା ନିଦରେ ଶୋଇବା ନିହାତି ଜରୁରୀ । ଏହାଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ନିଦ୍ରାରେ ଅନିୟମିତତା କାର୍ଡିଓଭାସ୍କୁଲାର ର କାରଣ ହୋଇପାରେ ।

– ନିଦ ସମୟରେ ଅନେକ ଗୁଡିଏ ମହତ୍ଵପୁର୍ଣ କାର୍ଯ୍ୟ ହୋଇଥାଏ । ଯାହାକି ସମ୍ପୂର୍ଣ ଶରୀର କୁ ରେଷ୍ଟ ଦେଇ ରୀକଭର କରିଥାଏ । ଗଭୀର ନିଦ୍ରା ସମୟରେ ହାର୍ଟ ବିଟ ଓ ବ୍ଲଡ଼ ପ୍ରେସର ସ୍ଥିର ହୋଇଥାଏ ଅର୍ଥାତ ସନ୍ତୁଳନ ରହିଥାଏ । ଯାହାଦ୍ୱାରା ହାର୍ଟ କୁ ଆରାମ ମିଳିଥାଏ ଏବଂ ହାର୍ଟ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ।

– ଯଦି ଗୋଟିଏ ମଣିଷ କୁ ପର୍ଯ୍ୟାପ୍ତ ମାତ୍ରାରେ ନିଦ ହୋଇ ନଥାଏ ତେବେ ହାର୍ଟ କୁ ରେଷ୍ଟ ମିଳି ନଥାଏ ଏବଂ ହାଇପରଟେନ୍ସନ , କାର୍ଡିଆକ ପ୍ରବ୍ଲେମ, ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ସମସ୍ୟା ଦେଖା ଦେଇଥାଏ ।

– ଠିକ ଭାବରେ ନ ଶୋଇବା ଦ୍ୱାରା ମାନସିକ ଉତେଜନା ଅଧିକ ବୃଦ୍ଧି ପାଇଥାଏ ଏବଂ ଯାହାକି ରକ୍ତଚାପ ଓ ହାର୍ଟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ଏବଂ ହାର୍ଟ ରେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ ।

– ନିଦ୍ରା ହୀନତା କାରଣରୁ ବ୍ୟକ୍ତିର ବାରମ୍ବାର ଶ୍ୱାସ କ୍ରିୟାରେ ବାଧା ଆସିଥାଏ, ଯାହାକି ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏପରି ହେବ ଦ୍ୱାରା ବ୍ୟକ୍ତିର ପ୍ରଶ୍ୱାସ ନଳୀରେ କୌଣସି ବ୍ଳକେଜ ହୋଇଥାଏ କିମ୍ବା ଫୁସଫୁସ ରେ ଠିକ ଭାବରେ ଅକ୍ସିଜେନ ପହଂଚି ପାରି ନଥାଏ । ଏଭଳି ସ୍ଥିତିରେ ବ୍ୟକ୍ତି ଘୁଙ୍ଗୁଡ଼ି ମରିଥାଏ କିମ୍ବା ଶୋଇଥିବା ସମୟରେ ବାରମ୍ବାର ନିଦ ଭାଙ୍ଗି ସଁ ସଁ ହୋଇଥାଏ ।

– ଯେଉଁ ବ୍ୟକ୍ତିମାନେ ନିୟମିତ ୭ ଘଣ୍ଟାରୁ କମ ସୋଇ ଥାଆନ୍ତି , ସେମାନଙ୍କ ନିକଟରେ ହୃଦୟ ରୋଗର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ପର୍ଯ୍ୟାପ୍ତ ନିଦର ଅଭାବ କାରଣରୁ ହୃଦୟ ରୋଗ ଦ୍ୱାରା ପ୍ରଭାବିତ ହୋଇ ପାରନ୍ତି ବୋଲି ଏହି ଅଧ୍ୟୟନ ରେ କୁହାଯାଇଛି ।

ଏହିସବୁ କାରଣ ମଧ୍ୟ ହୋଇଥାଏ ନିଦ୍ରା ହୀନତାର କାରଣ -:
– ଅତ୍ୟଧିକ ମୋଟାପଣ ମଧ୍ୟ ନିଦ୍ରା ହୀନତାର କାରଣ ଅଟେ । ନିଦ ର ଅଭାବ କାରଣରୁ ମସ୍ତିଷ୍କ ର ସେହି ଅଂଶ ପ୍ରଭାବିତ ହୋଇଥାଏ ଯାହା ଭୋକ କୁ ନିୟନ୍ତ୍ରିତ କରିଥାଏ ।
– ନିଦ୍ରା ହୀନତା କାରଣରୁ ଶରୀରର ମେଟାବୋଲିଯିମ ମଧ୍ୟ ପ୍ରଭାବିତ ହୋଇପାରେ , ଯାହାକି କାର୍ଡିଆକ ଭାସ୍କୁଲାର ର ମୁଖ୍ୟ କାରଣ ଅଟେ ।
– ନିଦ୍ରା ହୀନତା କାରଣରୁ ରକ୍ତଚାପ ପ୍ରଭାବିତ ହୋଇଥାଏ l ଏବଂ ଏହା ହାର୍ଟ ସମସ୍ୟା କୁ ମଧ୍ୟ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.