ଭୟଙ୍କର ଷଡଯନ୍ତ୍ର ! ୨୦୫୦ ସୁଦ୍ଧା ସମଗ୍ର ଭାରତ ହୋଇଯିବ ମୁସଲମାନ ଦେଶ

୨୦୫୦ ସୁଦ୍ଧା ଭାରତକୁ ଇସଲାମ କରିବାକୁ ଷଡ଼ଯନ୍ତ୍ର

ଆଗ୍ରା: ଧର୍ମାନ୍ତରଣ ମାମଲାରେ ହୋଇଛି ବଡ଼ ଖୁଲାସା! ଆଗ୍ରାର ଧର୍ମାନ୍ତରଣ ମାମଲାରେ ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ୨୦୫୦ ସୁଦ୍ଧା ସମଗ୍ର ଭାରତରେ ଇସଲାମ ବିସ୍ତାର କରିବା ଲାଗି ଏକ ସୁସଂଗଠିତ ଷଡ଼ଯନ୍ତ୍ର ରଚିଥିଲେ।

ଏହି ଅପରାଧୀ ନେଟୱାର୍କର ସମ୍ପର୍କ ପାକିସ୍ତାନ ଓ କାଶ୍ମୀର ସହ ଯୋଡ଼ି ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲରମାନେ ହିନ୍ଦୁ ଝିଅମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ବ୍ରେନୱାଶ କରୁଥିବା ସୂଚନା ମିଳିଛି।

ପୁଲିସ ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ହିନ୍ଦୁ ଧର୍ମ ବିରୁଦ୍ଧରେ ବିଷାକ୍ତ ମନ୍ତବ୍ୟ ଦେଇ ଝିଅମାନଙ୍କୁ ମାନସିକ ଭାବେ ପ୍ରଭାବିତ କରୁଥିଲେ। ଧର୍ମାନ୍ତରଣ ପାଇଁ ଝିଅମାନଙ୍କୁ କାଶ୍ମୀରର ଅନ୍ୟ ଝିଅମାନଙ୍କ ମାଧ୍ୟମରେ ପାକିସ୍ତାନରୁ ପରିଚାଳିତ ଗ୍ରୁପରେ ଯୋଡ଼ା ଯାଉଥିଲା।

ମୁଖ୍ୟ ଅଭିଯୁକ୍ତ ଅବଦୁଲ ରହମାନ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଅର୍ଥ ସଂଗ୍ରହ କରୁଥିଲେ ଏବଂ କ୍ରିପ୍ଟୋକରେନ୍ସି ଓ ଡଲାରରେ ମଧ୍ୟ ଲେଣଦେଣ କରୁଥିଲେ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଡାର୍କ ୱେବ ବିଷୟରେ ଜ୍ଞାନ ରଖୁଥିବା ଜଣାପଡ଼ିଛି।

ଅଭିଯୁକ୍ତମାନେ ଡାର୍କ ୱେବ ଓ ପ୍ରତିବନ୍ଧିତ ଆପ୍ ‘ସିଗନାଲ’ ମାଧ୍ୟମରେ ଗୋପନୀୟ ଭାବେ ଯୋଗାଯୋଗ କରୁଥିଲେ। ହିନ୍ଦୁ ଯୁବକ-ଯୁବତୀଙ୍କୁ ଟାର୍ଗେଟ କରିବା ପାଇଁ ସେମାନେ ଲୁଡୋ ଭଳି ଅନଲାଇନ ଗେମର ସାହାଯ୍ୟ ନେଉଥିଲେ। ଏହି ଗେମ ମାଧ୍ୟମରେ ସେମାନେ ଯୁବକ-ଯୁବତୀଙ୍କ ସହ ସମ୍ପର୍କ ଗଢ଼ୁଥିଲେ ଏବଂ ପରେ ସେମାନଙ୍କୁ ଧର୍ମାନ୍ତରଣ ପାଇଁ ପ୍ରେରିତ କରୁଥିଲେ।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ‘ଦାଓଆ’ (DAWAH) ପ୍ରକ୍ରିୟା ମାଧ୍ୟମରେ ଧର୍ମାନ୍ତରଣ କରୁଥିଲା, ଯାହାର ଲକ୍ଷ୍ୟ ୨୦୫୦ ସୁଦ୍ଧା ଭାରତକୁ ଇସଲାମୀକରଣ କରିବା ଥିଲା।

ଏହି ପ୍ରକ୍ରିୟାରେ ଭାବନାତ୍ମକ ଓ ମାନସିକ ଭାବେ ଦୁର୍ବଳ ବା ପାରିବାରିକ ସମସ୍ୟାରେ ଜର୍ଜରିତ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଉଥିଲା। ଝିଅମାନଙ୍କୁ ଇସଲାମୀୟ ବୌଦ୍ଧିକ ଆଲୋଚନାରେ ସାମିଲ କରାଯାଉଥିଲା, ଯେଉଁଠି ହିନ୍ଦୁ ଧର୍ମ ଓ ପରିବାର ବିରୁଦ୍ଧରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରାଯାଉଥିଲା।

ଏହି ଗ୍ୟାଙ୍ଗ ଭିଡ଼ଭାଡ଼ ଜାଗା, ହସ୍ପିଟାଲ, କୋର୍ଟ ଓ ଥାନା ଭଳି ସ୍ଥାନରେ ଲୋକଙ୍କୁ ଟାର୍ଗେଟ କରୁଥିଲା। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ‘ଦାଓଆ’ରେ ସାମିଲ କରି ସମସ୍ୟାରୁ ମୁକ୍ତିର ଲୋଭ ଦେଖାଯାଉଥିଲା।

ଧର୍ମାନ୍ତରଣ କରିଥିବା ବ୍ୟକ୍ତିଙ୍କୁ ‘ରିଭର୍ଟ’ ବା ‘ରେଓ୍ଵତୀ’ କୁହାଯାଉଥିଲା ଏବଂ ଏମାନଙ୍କର ଅନେକ ଗ୍ରୁପ ମାଇକ୍ରୋବ୍ଲଗିଂ ସାଇଟରେ ସକ୍ରିୟ ଥିବା ଜଣାପଡ଼ିଛି।

ପୁଲିସ ଏପର୍ଯ୍ୟନ୍ତ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନଙ୍କ ମଧ୍ୟରେ ଅବଦୁଲ ରହମାନ ଓ ଗୋଆରୁ ଗିରଫ ହୋଇଥିବା ଆୟଶା ଅନ୍ୟତମ।

ଏହି ମାମଲାରେ ପାକିସ୍ତାନ, କାଶ୍ମୀର, କାନାଡା, ଆମେରିକା ଓ ଦୁବାଇରୁ ଅର୍ଥ ସଂଗ୍ରହ ହେଉଥିବା ସୂଚନା ମିଳିଛି। ପୁଲିସ ଏବଂ ଏଟିଏସ ଏହି ଅନ୍ତର୍ଜାତୀୟ ନେଟୱାର୍କର ଅନ୍ୟ ସଦସ୍ୟଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।