fbpx

କଏଦୀଙ୍କର ଅଜବ କାରନାମା! ମଳଦ୍ୱାରରେ ପ୍ରବେଶ କରାଇଲେ ୧୨ ଇଞ୍ଚ ଲମ୍ବର ଏକ ପାଇପ୍, ତା’ପରେ ଅବସ୍ଥା ଅସମ୍ଭାଳ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ଅଜବ ଘଟଣା ଘଟିଥାଏ ଯେ ତାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ତେବେ ଏହା ମଧ୍ୟର ବିହାରୁ ଆସିଛି ଏକ ଅଜବ ଧରଣର ମାମଲା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ କଏଦୀଙ୍କ ପେଟ ଭିତରେ ରହିଥିଲା ଗୋଟିଏ ୧୨ ଇଞ୍ଚ ଲମ୍ବର ପାଇପ୍ । କଏଦୀ ଜଣଙ୍କ ତାଙ୍କର ମଳଦ୍ୱାର ବାଟ ଏହି ପାଇପକୁ ପ୍ରବେଶ କରାଇଥିଲେ । କଏଦୀଙ୍କୁ ଯେତେବେଳେ ମେଡିକାଲକୁ ନିଆଯାଇଥିଲା ସେତେବେଳେ ତାଙ୍କର ଏହି କାରନାମା ବିଷୟରେ ଜାଣିବା ପରେ ଡାକ୍ତରୀ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଜଣାପଡ଼ିଛି ଯେ, ଗତ ୧୮ ତାରିଖ ଦିନ କଏଦୀ ଜଣଙ୍କ ଏଭଳି କାରନାମା କରିଥିଲେ । ସେ ନିଜର ମଳଦ୍ୱାରରେ ଗୋଟିଏ ପାଇପ୍ ଭର୍ତ୍ତି କରିଥିଲେ ଓ ତାହାକୁ ବାହାର କରିବାକୁ ପ୍ରୟାସ କରିଥିଲେ । ଏହାପରେ ପାଇପଟି ଆହୁରି ଭିତରକୁ ପଶିଯାଇଥିଲା । ଏହି ସମସ୍ୟା ଗମ୍ଭୀର ହେବା ପରେ କଏଦୀ ଜଣଙ୍କ ଏନେଇ ଜେଲ ଷ୍ଟାଫଙ୍କୁ ଜଣାଇଥିଲେ । ଏହାପରେ ୧୯ ତାରିଖ ଦିନ ସାରା କଏଦୀଙ୍କର ଚିକିତ୍ସା ହୋଇଥିଲା । ମାତ୍ର ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ସଦର ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । କଏଦୀଙ୍କ ରୀଢ଼ର ହାଡ଼ ନିକଟରେ ଏକ ଲମ୍ବା ପାଇପ୍ ଫସି ରହିଥିବା ଡାକ୍ତରଙ୍କ ଏକ୍ସ-ରେ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଥିଲା । ଉକ୍ତ ପାଇପର ଲମ୍ବ ପାଖାପାଖି ୧ ଫୁଟ ଓ ଏକ ଇଞ୍ଚ ହେବ ।

କଏଦୀ ଜଣଙ୍କ ନିଜେ ପାଇପକୁ ମଳଦ୍ୱାର ଦେଇ ପ୍ରବେଶ କରାଇଥିଲେ ବୋଲି ଡାକ୍ତର କହିଥିଲେ । ତେବେ କଏଦୀ ଜଣଙ୍କ ଏପରି କାହିଁକି କଲେ ସେନେଇ ସେ କିଛି କହିନଥିଲେ । ତେବେ ଏପରି ମାମଲା ପ୍ରଥମ ନୁହେଁ । ଏହା ପୂର୍ବରୁ ଜଣେ କଏଦୀ ଧରାପଡ଼ିବା ଭୟରେ ମୋବାଇଲକୁ ଗିଳି ଦେଇଥିଲେ । ପରେ ବିନା ଅପରେସନରେ ଲେଜର ମାଧ୍ୟମରେ ଡାକ୍ତର ମୋବାଇଲକୁ ବାହାର କରିଥିଲେ ।

Get real time updates directly on you device, subscribe now.